ଫାର୍ମ ହାଉସ୍ରେ ଖେଳୁଥିବା କିଛି ପିଲାଙ୍କୁ ଘଉଡ଼ାଇବା ପାଇଁ ଗୁଳି ଚଳାଇଲେ ବିହାର ମନ୍ତ୍ରୀଙ୍କ ପୁଅ
![](https://i0.wp.com/odia.mobilenews24x7.com/wp-content/uploads/2022/01/3f9feed782cb5b1247f15622e691ed9cffc2a7fcdb61b1d3c13e1101635f9b4d.webp?resize=628%2C340&ssl=1)
ପାଟନା () ମନ୍ତ୍ରୀଙ୍କ ଫାର୍ମ ହାଉସ୍ରେ ଖେଳୁଥିବା କିଛି ପିଲାଙ୍କୁ ଗୋଡ଼ାଇବା ପାଇଁ ବିହାର ପର୍ଯ୍ୟଟନ ମନ୍ତ୍ରୀ ତଥା ‘ବିଜେପି’ ନେତା ନାରାୟଣ ପ୍ରସାଦଙ୍କ ପୁଅ ଫାଙ୍କାରେ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ଏହା ପରେ ଉତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ପୁଅଙ୍କୁ ଗ୍ରାମବାସୀ ବହେ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ଅଭିଯୋଗ ମୁତାବକ ପଡିଆ ଛାଡି ଯିବାକୁ ମନ୍ତ୍ରୀଙ୍କ ପୁଅ କହିବାରୁ ବିବାଦ ଆରମ୍ଭ ହୋଇଥିଲା । ମନ୍ତ୍ରୀଙ୍କ ପୁଅ ବବ୍ଲୁ ଖେଳୁଥିବା ପିଲାମାନଙ୍କୁ ଯିବା ପାଇଁ ଧକ୍କା ମାରିଥିଲେ । ଏବଂ ଫାଙ୍କାରେ ଗୁଳି ଚାଳନା ମଧ୍ୟ କରିଥିଲେ । ଯେଉଁଥିରେ କିଛି ଗ୍ରାମବାସୀ ଆହାତ ହୋଇଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକ କହିଛନ୍ତି ଯେ ବବ୍ଲୁ କୁମାର ପିଲାମାନଙ୍କୁ ଭୟଭୀତ କରିବା ପାଇଁ ଫାଙ୍କାରେ ଗୁଳି ଚଳାଇଥିଲେ ଯାହା ଫଳରେ ଶିଶୁଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ଯାହା ପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ମନ୍ତ୍ରୀଙ୍କୁ ପୁଅ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି ।
ସେପଟେ ମନ୍ତ୍ରୀ ଦାବି କରିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ। ମୋତେ ବଦନାମ କରିବା ଏକ ରାଜନ ରାଜନୈତିକ ଷଡଯନ୍ତ୍ର। ତେବେ “ଆହତ ଗ୍ରାମବାସୀଙ୍କୁ ଡାକ୍ତରଖାନା ନିଆଯାଇଛି ଏବଂ ଯେଉଁ ବନ୍ଧୁକରୁ ଗୁଳି ଚଳାଇଥିଲା ତାହା ପୋଲିସ ଜବତ କରିଛି। ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଅଞ୍ଚଳରେ ପୋଲିସ ନିୟୋଜନ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ସ୍ଥାନୀୟ ଗଣମାଧ୍ୟମକୁ ପୋଲିସ ଅଧୀକ୍ଷକ ଉପେନ୍ଦ୍ର ବର୍ମା କହିଛନ୍ତି।