ଜାତୀୟ

କୋଇଲା ଚୋରା ଚାଲାଣ ମାମଲା‌ରେ ସାଂସଦ ଅଭିଷେକ ଓ ପତ୍ନୀ ରୁଜିରାଙ୍କୁ ସୁରକ୍ଷା ପ୍ରଦାନ କ‌ଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଇଲା ଚୋରା ଚାଲାଣ ମାମଲାରେ ସୁପ୍ରିମକୋର୍ଟ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ସେମାନଙ୍କୁ ପଶ୍ଚିମବଙ୍ଗର କୋଲକାତାରେ ପଚରାଉଚରା କରିବାକୁ ମଧ୍ୟ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ଗୃହ ବ୍ୟାପର ମନ୍ତ୍ରାଳୟକୁ ଏକ ନୋଟିସ୍‌ ଜାରି କରିଛନ୍ତି।

ପୂର୍ବରୁ ଇଡି ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କ ନାମରେ ସମନ ଜାରି କରି ମାର୍ଚ ୨୨ ଓ ୨୩ ତାରିଖରେ ତା’ର ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଥିଲା। ଏ‌ ନେଇ ଅଭିଷେକ ଓ ତାଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ଅଦାଲତ ତାଙ୍କୁ କୌଣସି ପ୍ରକାରର ଛାଡ଼ କରିବାକୁ ମନା କରି ଦେଇଥିଲେ। ସାଂସଦ ବାରମ୍ବାର ସେଇ ଗୋଟାଏ କଥା ଦାବି କରି ଆସୁଥିଲେ ଯେ ଇଡି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ନୁହେଁ କୋଲକାତାରେ ପ୍ରଶ୍ନ କରୁ ବୋଲି।

Related Articles

Back to top button
WP Twitter Auto Publish Powered By : XYZScripts.com