ବଲିଉଡ ଗୀତର ତାଳେ ତାଳେ ନୌସେନା ଯବାନ୍ । କଟୁ ମନ୍ତବ୍ୟ ଦେଲେ ବିରୋଧୀ ଦଳ
ବ୍ୟୁରୋ() ଏବେ ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ଦିଲ୍ଲୀ ରାଜପଥରେ ଚାଲିଛି ରିହର୍ସାଲ ପରେଡ୍ । ପରେଡ ପାଇଁ ଜୋରସୋରରେ ଲାଗିପଡିଛନ୍ତି ଭାରତୀୟ ଯବାନ । ଏହା ମଧ୍ୟରେ ନୌସେନା ଯବାନଙ୍କ ରିହର୍ସାଲର ଏକ ଭିଡିଓ ଭାଇରାଲ ହେଉଛି ।
ହେଲେ ଏହାକୁ ନେଇ ବିରୋଧର ସ୍ୱର ଉଠାଇଛନ୍ତି ବିରୋଧୀ ଦଳ ।
ଏହି ଭିଡିଓକୁ ବିଭିନ୍ନ ମହଲରୁ ଅଜସ୍ର ପ୍ରଶଂସା ମିଳୁଥିବାବେଳେ ଅନ୍ୟପଟେ ଏହାକୁ ଘୋର ନିନ୍ଦା କରିଛନ୍ତି ବିରୋଧୀ ଦଳ । କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳ ଏହି ଭିଡିଓକୁ ନେଇ ଆପତ୍ତି ଉଠାଇଛନ୍ତି । ଟିଏମସି ସାଂସଦ ମହୁଆ ମୋଇତ୍ରା ଟ୍ୱିଟ କରି ଲେଖିଛନ୍ତି ଯେ, ସୌସେନାର ଏହି ପରେଡ ଶୋ’କୁ ଦେଖି ଲୋମ ଟାଙ୍କୁରି ଉଠୁଛି । କିନ୍ତୁ ବଲିଉଡ ଗୀତରେ ଯବାନ ମାନଙ୍କର ତାଳ ଦେବା ବାସ୍ତବରେ ମନକୁ ଅଶାନ୍ତ କରିଛି । ବୋଧହୁଏ ସେନା ଉପରେ ମୋଦୀ ଓ ଶାହାଙ୍କ ପୁରା ପ୍ରଭାବ ପଡିଛି ବୋଲି ସେ କଟାକ୍ଷ କରିଛନ୍ତି ।
What a sight! This video will definitely give you goosebumps!🇮🇳 🇮🇳
Are you ready to witness the grand 73rd Republic Day celebrations with us? Register now and book you e-Seat today! https://t.co/kJFkcXoR2K @DefenceMinIndia @AmritMahotsav pic.twitter.com/3WZG30DWQ0— MyGovIndia (@mygovindia) January 22, 2022
ସେହିପରି ଏହି ପରେଡକୁ ଘୋର ନିନ୍ଦା କରିଛନ୍ତି ଭାରତୀୟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ବି ଶ୍ରୀନିବାସ । ସେ ଟ୍ୱିଟ କରିଛନ୍ତି ଯେ, ଏଥର ଗଣତନ୍ତ୍ର ଦିବସ ଅବସରରେ ଯଦି ‘ ମୋନିକା ଓ ମାଇଁ ଡାର୍ଲିଙ୍ଗ’ ତାହେଲେ ଆସନ୍ତା ଗଣତନ୍ତ୍ର ଦିବସର ଏଜେଣ୍ଡା କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରିୟ ଜନତା ଦଳର ଅଫିସିଆଲ ହ୍ୟାଣ୍ଡେଲରୁ ମଧ୍ୟ ଏହି ଭିଡିଓକୁ ଟ୍ରାଗେଟ କରାଯାଇଛି ।
This Republic day “Monica oh My Darling”
Any guesses for Next Independence Day & Republic Day? https://t.co/Fl22NDB0Jj
— Srinivas BV (@srinivasiyc) January 23, 2022