ଅନ୍ତର୍ଜାତୀୟଜାତୀୟ

ପରଲୋକରେ ମହାନ୍‌ ଅଷ୍ଟ୍ରେଲୀୟ କ୍ରିକେଟ୍‌ ତାରକା ଆଣ୍ଡ୍ରୁ ସାଇମଣ୍ଡଜ୍‌

ନୂଆଦିଲ୍ଲୀ: ନିକଟ ଅତୀତରେ ପ୍ରଖ୍ୟାତ୍‌ କ୍ରିକେଟ୍‌ ଖେଳାଳି ସେନ୍‌ ୱାନ୍‌ ଏବଂ ରଅଡ୍‌ ମାସ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଗତରାତିରେ ମହାନ୍‌ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍‌ ଆଣ୍ଡ୍ରୁ ସାଇମଣ୍ଡଜ୍‌ଙ୍କ ମୃତ୍ୟୁ କ୍ରିକେଟ୍‌ ଖେଳ ପ୍ରତି ଆଉ ଏକ ଦାରୁଣ ଦୁଃଖ କହିଲେ ଅତ୍ୟୁକ୍ତି ହେବନାହିଁ।

୧୯୯୮ରୁ ୨୦୦୯ ମଧ୍ୟରେ ୪୬ ବର୍ଷିୟ ଆଣ୍ଡ୍ରୁଜ୍‌ ଅଷ୍ଟ୍ରେଲିଆ ତରଫରୁ ୨୬ଟି ଟେଷ୍ଟ୍‌ ଏବଂ ୧୯୮ଟି ଏକଦବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ।

Image Courtesy of NDTV

ଶ୍ରଦ୍ଧାରେ ‘ରୟ’ ବୋଲି ଡକାଯାଉଥିବା ସାଇମଣ୍ଡ୍‌ଜ୍‌ ୧୯୯୮ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏକ ଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରଥମେ ଖେଳ ଆରମ୍ଭ କରିଥିଲେ। ଏହି ୫୦ ଓଭର୍‌ ଖେଳରେ ଅଲ୍‌-ରାଉଣ୍ଡର୍‌ ସାଇମଣ୍ଡ୍‌ଜ୍‌ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାରେ ସମର୍ଥ ହୋଇଥିଲେ। ୧୯୮ଟି ଏକଦବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ସେ ୫୦୦୦ରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ରହିଛି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ। ଜଣେ ଅସାଧାରଣ ବୋଲର୍‌ ଭାବେ ସେ ୧୩୩ଟି ୱିକେଟ୍‌ ନେଇଛନ୍ତି।

ଏହା ବ୍ୟତିରେକେ, ଅଷ୍ଟ୍ରେଲିଆ ଜିଣିଥିବା ୨ଟି ବିଶ୍ବକପ୍‌ରେ ମଧ୍ୟ ତାଙ୍କର ଅବଦାନ ଥିଲା। ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ର ଅଧ୍ୟକ୍ଷ ଲାଚ୍‌ଲାନ୍‌ ହେଣ୍ଡର୍‌ସନ୍‌ ଦେଇଥିବା ବିବୃତିରେ କହିଛନ୍ତି: ଅଷ୍ଟ୍ରେଲୀୟ କ୍ରିକେଟ୍‌ ତା’ର ଆଉ ଜଣେ ପାରଦର୍ଶୀଙ୍କୁ ହରାଇଲା।

Related Articles

Back to top button
WP Twitter Auto Publish Powered By : XYZScripts.com