କ୍ରୀଡ଼ା

ବାବର ଆଜମ୍‌ ୨୦୨୧ର ଶ୍ରେଷ୍ଠ ଦିନିକିଆ କ୍ରିକେଟର, ଘୋଷଣା କଲା ICC

ନୂଆଦିଲ୍ଲୀ() ଇଣ୍ଟରନ୍ୟାସନାଲ୍‌ କ୍ରିକେଟ କାଉନସିଲ୍‌ ଦ୍ୱାରା ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ୍‌ଙ୍କୁ ୨୦୨୧ ବର୍ଷ ପାଇଁ ଶେଷ୍ଠ ଦିନିକିଆ କ୍ରିକେଟର ଭାବରେ ଘୋଷଣା କରାଯାଇଛି । ନିଜର ଚମକ୍ରାର ପ୍ରଦର୍ଶନ ବଳରେ ସେ ବିଶ୍ୱର ଅନେକ ଖେଳାଳୀଙ୍କୁ ପ୍ରଭାବିତ କରିଛନ୍ତି । ଏବଂ ଗତବର୍ଷ ବାବର୍‌ ମାତ୍ର ୬ଟି ଦିନିକିଆ ଖେଳିଥିଲେ ସୁଦ୍ଧା ତାଙ୍କ ପ୍ରଦର୍ଶନକୁ ଦେଖି ଆଇସିସି ଏହି ସମ୍ନାନଜନକ ଉପାଧୀ ପ୍ରଦାନ କରିଛି ।

ବାବର୍‌ଙ୍କ ବ୍ୟତିତ ଆଇସିସି କ୍ରିକେଟର ଅଫ୍‌ ଦ ଇୟର ଦୌଡ଼ରେ ରହିଛନ୍ତି ବାଲାଂଦେଶର ସାକିବ୍‌ ଉଲ୍‌ ହାସନ୍‌, ଦକ୍ଷିଣ ଆଫ୍ରିକାର ଜାନେମନ୍‌ ମଲାନ୍‌ ଓ ଆୟରଲ୍ୟାଣ୍ଡର ପୋଲ ଷ୍ଟାର୍ଲିଙ୍ଗ । ଏ ସମସ୍ତଙ୍କୁ ପଛରେ ପକାଇ ବାବରତ ଆଜ ଶ୍ରେଷ୍ଠରେ ରହିଛନ୍ତି । ଗତ ବର୍ଷ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ମୋଟ ୧୪ଟି ଦିନିକିଆ ଖେଳିଥିବା ବେଳେ ୭୦୫ ରନ୍ ସଂଗ୍ରହ କରିଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକାର ଜାନେମନ୍ ମଲାନ ୮ ଦିନିକିଆରୁ ୫୦୯ ରନ ସଂଗ୍ରହ କରିଥିଲେ । ପାକିସ୍ତାନର ବାବର ଆଜମ୍ ୬ଟି ଦିନିକିଆ ଖେଳିଥିଲେ ସୁଦ୍ଧା ୬୭.୫୦ ହାରରେ ୪୦୫ ରନ କରିଥିଲେ । ଯେଉଁଥିରେ ଦୁଇଟି ଶତକ ମଧ୍ୟ ସାମିଲ ଥିଲା । ଗତ ବର୍ଷ ସେ ୨ଟି ଦିନିକିଆ ସିରିଜ୍ ଖେଳିଥିଲେ ସୁଦ୍ଧା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ୨-୧ରେ ପାକିସ୍ତାନ ସିରିଜ୍ ଜିତିଥିବା ବେଳେ ବାବର ଏକାକି ୨୨୮ ରନ କରିଥିଲେ । ପରେ ଅବଶ୍ୟ ଇଂଲଣ୍ଡ ଟିମ୍ ପାକିସ୍ତାନକୁ ୩-୦ରେ ମାତ୍ ଦେଇଥିଲା । କିନ୍ତୁ ସେହି ସିରିଜ୍‌ରେ ମଧ୍ୟ ବାବର ୧୭୭ ରନ କରିଥିଲେ । ସେହିଭଳି ସାଉଥ୍ ଆଫ୍ରିକାର ଲିଜେଲେ ଲି’ ଦିନିକିଆରେ ମହିଳା କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ।

ଇଣ୍ଟରନାସନାଲ କ୍ରିକେଟ କାଉନସିଲ୍ ଦ୍ବାରା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଅମ୍ପାୟାର ମରାଇସ୍ ଏରସମସ୍‌ଙ୍କୁ ‘ଅମ୍ପାୟାର ଅଫ୍ ଦି ଇୟର’ରେ ସମ୍ମାନିତ କରାଯାଇଛି । ସେହିଭଳି ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜଓ୍ବାନ୍ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି । ଆଇସିସି ଏମର୍ଜିଙ୍ଗ୍ ପ୍ଲେୟାର ଅଫ୍ ଦି ଇୟର ହୋଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର ଜାନେମନ୍ ମଲାନ୍ । ଆଇସିସି ମେନ୍ସ କ୍ରିକେଟର ଅଫ୍ ଦି ଇୟର ଓମାନ୍ର ଜିସାନ୍ ମକ୍‌ସୁଦ ହୋଇଥିବା ବେଳେ, ଇଂଲଣ୍ଡର ଟାମି ବେମୋଣ୍ଟ ଟ୍ବେଣ୍ଟି ଟ୍ବେଣ୍ଟି ମହିଳା କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି । ସେହିଭଳି ପାକିସ୍ତାନ ମହିଳା ଟିମ୍ର ଫାତିମା ସିନା ଆଇସିସି ଏମର୍ଜିଙ୍ଗ୍ ଓ୍ବମେନ୍ସ କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com