ଓଡ଼ିଶା

ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ, ସାଇନା, କାଶ୍ୟପ୍ ମୁଖ୍ୟ ଆକର୍ଷଣ

କଟକ() କଟକର ଜାବାହରଲାଲ୍ ଇନ୍‌ଡୋର ଷ୍ଟାଡିୟମରେ ଆଜିଠାରୁ ଓଡ଼ିଶା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହେବ। ବ୍ୟାଡମିଣ୍ଟନ ୱାର୍ଲ୍ ଫେଡେରେଶନ ବିଡବ୍ଲ୍ୟୁଏଫ୍ ପ୍ରଥମ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଓଡ଼ିଶାରେ ଆୟୋଜନ ହେଉଥିବାରୁ ପ୍ରଶଂସକ ଖେଳାଳି ଓ ଆୟୋଜକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଏହି ଟୁର୍ନାମେଣ୍ଟରେ ୧୭ଟି ଦେଶରୁ ୩୫୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ।

ଟୁର୍ନାମେଣ୍ଟ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଛି । ସୋମବାର ଖେଳାଳିମାନେ ଅଭ୍ୟାସ ପାଇଁ ୱାର୍ମଅପ୍ ପ୍ରାକ୍ଟିସ୍ ସେସନରେ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ , ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଏଆଇ) ଓ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏଶନ ( ଓଏସ୍‌ଏ ) ମିଳିତ ଭାବେ ଏହି ବିଡବ୍ଲ୍ୟୁଏଫ୍ ଟୁର୍ନାମେଣ୍ଟ ଆୟୋଜନ କରୁଛନ୍ତି ।

କରୋନା ଗାଇଡ୍‌ଲାଇନ୍ ପାଳନ କରି ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ । ଟୁର୍ନାମେଣ୍ଟ ପାଇଁ କୋଭିଡ ଗାଇଡ୍‌ଲାଇନ୍ ଅନୁସାରେ ଖେଳାଳି ୩ ଅଫିସିଆଲମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ନାମ ପଞ୍ଜୀକରଣ ସହ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଛି ।

ବିଡବ୍ଲ୍ୟୁଏଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଅୟୋଜନ ହେବାକୁ ଯାଉଛି । ଟୁର୍ନାମେଣ୍ଟକୁ ଆଗାମୀ ବଡ଼ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ଭେନ୍ୟୁର ଉନ୍ନତୀକରଣ କରାଯାଇଛି । ଖେଳାଳି ୩ ଅଫିସିଆଲଙ୍କୁ ସ୍ବାଗତ କରିବାକୁ ସେମାନେ ଏବଂ ଯେପରି ସ୍ମରଣୀୟ ସ୍ମୃତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତ ଥିବା ରାଜ୍ୟ କ୍ରିଡା ବିଭାଗ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com