ପୁୁଣି ରାଜ୍ୟରେ ବଦଳିବ ପାଗ, ୨୬ରୁ ଫେରିବ ହାଡ଼ ଭଙ୍ଗା ଜାଡ଼ : ଆଜି ୮ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି
ଭୁବନେଶ୍ୱର() ରାଜ୍ୟରେ ବଦଳିବ ପାଗ। ୨୬ରୁ ପୁଣି ଫେରିବ ଶୀତ। ଗତ ଦୁଇ ଦିନ ଧରି ଶୀତପ୍ରକେପ କମ୍ ଥିବା ବେଳେ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଳାଗୁଡ଼ିକରେ ବର୍ଷା ସହ ମେଘୁଆ ପାଗ ଲାଗି ରହିଥିଲା । ଆଗାମୀ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ଖସିବ ତାପମାତ୍ରା ।୨୬ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତର ପ୍ରକୋପ ଜାରି ରହିବ । ଏନେଇ ଭୁୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳାବାର ସକାଳ ପାଇଁ ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ପାଇଁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଘେରିପାରେ । ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡ଼ି ଢାଙ୍କିପାରେ । ୨୬ରେ ପାଗ ପ୍ରାୟତଃ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଓ ଉପକୂଳରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । ୨୭ରୁ ରାତି ପାରଦ ଖସିବା ସହ ଥଣ୍ଡା ପ୍ରକୋପ ବଢ଼ିବ ।