୭ ମେଡିକାଲ ଛାତ୍ର ମୃତ ଘଟଣା: ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ() ସୋମବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୭ ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁବରଣ ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ମୃତକଙ୍କ ମଧ୍ୟରେ ବିଜେପି ବିଧାୟକଙ୍କ ପୁଅ ରହିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ପିଏମ୍ କେୟାର୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।
PM @narendramodi announced that Rs. 2 lakh each from PMNRF would be given to the next of kin of those who have lost their lives in the accident near Selsura. Those who are injured would be given Rs. 50,000.
— PMO India (@PMOIndia) January 25, 2022
ପୋଲିସ୍ ର କହିବାନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ର ମାନେ ମହାରାଷ୍ଟ୍ରର ସେଲସୁରା ନିକଟରେ କାର୍ ରେ ଯାଉଥିବା ବେଳେ ଗାଡ଼ି ସାମନାକୁ ଏକ ଜଙ୍ଗଲୀ ପଶୁ ହଠାତ୍ ଗାଡ଼ି ସାମନାକୁ ଚାଲିଆସିଥିଲା । ଫଳରେ ଡ୍ରାଇଭ୍ କରୁଥିବା ବ୍ୟକ୍ତି ଜଣକ ପଶୁଟିକୁ ବଞ୍ଚାଇବାକୁ ଯାଇ ଅନ୍ୟପଟରୁ ଗାଡ଼ି ବୁଲାଇ ଦେଇଥିଲେ ଯାହାଫଳରେ ଗାଡ଼ିକୁ ଭୀଷଣ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା ଓ ଏକାବେଳକେ ୭ ଜଣଙ୍କ ଜୀବନ ଚାଲିଯାଇଥିଲା ।