ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ, ସାଇନା, କାଶ୍ୟପ୍ ମୁଖ୍ୟ ଆକର୍ଷଣ
![](https://i0.wp.com/odia.mobilenews24x7.com/wp-content/uploads/2022/01/56c73de3799318b6e30f2da93b87626ed64c1889b3a2f8ab5746c27f5cdf841a.webp?resize=628%2C340&ssl=1)
କଟକ() କଟକର ଜାବାହରଲାଲ୍ ଇନ୍ଡୋର ଷ୍ଟାଡିୟମରେ ଆଜିଠାରୁ ଓଡ଼ିଶା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହେବ। ବ୍ୟାଡମିଣ୍ଟନ ୱାର୍ଲ୍ ଫେଡେରେଶନ ବିଡବ୍ଲ୍ୟୁଏଫ୍ ପ୍ରଥମ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଓଡ଼ିଶାରେ ଆୟୋଜନ ହେଉଥିବାରୁ ପ୍ରଶଂସକ ଖେଳାଳି ଓ ଆୟୋଜକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ଏହି ଟୁର୍ନାମେଣ୍ଟରେ ୧୭ଟି ଦେଶରୁ ୩୫୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ।
ଟୁର୍ନାମେଣ୍ଟ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଛି । ସୋମବାର ଖେଳାଳିମାନେ ଅଭ୍ୟାସ ପାଇଁ ୱାର୍ମଅପ୍ ପ୍ରାକ୍ଟିସ୍ ସେସନରେ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ , ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଏଆଇ) ଓ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏଶନ ( ଓଏସ୍ଏ ) ମିଳିତ ଭାବେ ଏହି ବିଡବ୍ଲ୍ୟୁଏଫ୍ ଟୁର୍ନାମେଣ୍ଟ ଆୟୋଜନ କରୁଛନ୍ତି ।
କରୋନା ଗାଇଡ୍ଲାଇନ୍ ପାଳନ କରି ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ । ଟୁର୍ନାମେଣ୍ଟ ପାଇଁ କୋଭିଡ ଗାଇଡ୍ଲାଇନ୍ ଅନୁସାରେ ଖେଳାଳି ୩ ଅଫିସିଆଲମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ନାମ ପଞ୍ଜୀକରଣ ସହ ଆର୍ଟିପିସିଆର୍ ଟେଷ୍ଟ କରାଯାଇଛି ।
ବିଡବ୍ଲ୍ୟୁଏଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଅୟୋଜନ ହେବାକୁ ଯାଉଛି । ଟୁର୍ନାମେଣ୍ଟକୁ ଆଗାମୀ ବଡ଼ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ ଭେନ୍ୟୁର ଉନ୍ନତୀକରଣ କରାଯାଇଛି । ଖେଳାଳି ୩ ଅଫିସିଆଲଙ୍କୁ ସ୍ବାଗତ କରିବାକୁ ସେମାନେ ଏବଂ ଯେପରି ସ୍ମରଣୀୟ ସ୍ମୃତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତ ଥିବା ରାଜ୍ୟ କ୍ରିଡା ବିଭାଗ ସୂଚନା ଦେଇଛନ୍ତି ।