ଓଡ଼ିଶା
ପୁଣି ଫେରିବ ଶୀତ, ୨୭ ପର୍ଯ୍ୟନ୍ତ ଜାରି ରହିବ କୁହୁଡି
ଭୁବନେଶ୍ୱର() ରାଜ୍ୟରେ ଜାନୁଆରୀ ୨୭ ତାରିଖ ଯାଏଁ କୁହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପବନର ଦିଗ ଜାନୁଆରୀ ୨୭ ତାରିଖ ରାତିରୁ ପରିବର୍ତ୍ତନ ହୋଇ ଉତ୍ତର-ପଶ୍ଚିମ ମୁହାଁ ହେବ । ଏହି ସମୟରେ ଆକାଶ ନିର୍ମଳ ରହିବ ଏବଂ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲ୍ସିୟସ୍ କମିଯିବ ବୋଲି ସିଇସି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।