କ୍ରୀଡ଼ା

ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ରୋହିତ ଶର୍ମା, ଓ୍ଵେଷ୍ଟଇଣ୍ଡିଜ ସିରିଜ୍‌ରେ ନେବେ ଦଳର ନେତୃତ୍ଵ

ନୂଆଦିଲ୍ଲୀ () ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ନିଜର ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ରୋହିତ ଶର୍ମା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍‌ ପାଇଁ ଉତ୍ତୀର୍ଣ୍ଣ ହେବେ।

ବୁଧବାର ସନ୍ଧ୍ୟାରେ ଚୟନ କମିଟି ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିବେ।

ରୋହିତ ଶର୍ମା ଅଧିନାୟକ ଭାବେ ଦଳର ନେତୃତ୍ଵ ନେବେ। ଦକ୍ଷିଣ ଆଫ୍ରିକା ଗସ୍ତର ଠିକ୍ ପୂର୍ବରୁ ରୋହିତ ଶର୍ମାଙ୍କ ଜଙ୍ଘ ମାଂସପେଶୀ ଟାଣି ଧରିବାରୁ ସେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟ୍‌ରୁ ଓହରି ଯାଇଥିଲେ। ଗତ କିଛି ଦିନ ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଥିଲେ ଏବଂ ସୁସ୍ଥ ହୋଇ ଫିଟନେସ୍ ଉପରେ କାମ କରୁଥିଲେ। ବିସିସିଆଇର ମୂତନ ନିୟମ ଅନୁଯାୟୀ, ଯେଉଁ ଖେଳାଳି ଆହତ କାରଣରୁ ଦଳରୁ ବାଦ୍ ପଡନ୍ତି, ସେମାନଙ୍କୁ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବହୁ ଜରୁରୀ।

ଏବେ ଫିଟନେସ୍ ଟେଷ୍ଟ ପାସ୍ କରିବା ପରେ ବର୍ତ୍ତମାନ ରୋହିତ ଶର୍ମା ସଂପୂର୍ଣ୍ଣ ଭାବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ, ଟି-୨୦ ଏବଂ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ରହିବେ। ଫେବୃଆରୀ ଆରମ୍ଭରୁ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍ ଆରମ୍ଭ ହେବ। ପ୍ରଥମ ଥର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ରୋହିତ ଶର୍ମା ଚୟନ କମିଟିରେ ସାମିଲ୍ ହେବେ। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା, ହେଲେ ଆହତ କାରଣରୁ ସେ ସିରିଜ୍‌ରୁ ବାଦ୍ ପଡିଥିଲେ।

ରୋହିତ ଶର୍ମା ଅଧିନାୟକ ଦାୟିତ୍ଵ ଗ୍ରହଣ କରିବା ମାତ୍ରେ ଭାରତୀୟ କ୍ରିକେଟ୍‌ରେ ନୂତନ ଯୁଗର ଆରମ୍ଭ ହେବ। ବିରାଟ କୋହଲି ପ୍ରାୟ ସାତ ବର୍ଷ ଟେଷ୍ଟ ଦଳର ନେତୃତ୍ଵ ନେଇଥିଲେ। ଏହା ପରେ ପ୍ରାୟ ପାଞ୍ଚ ବର୍ଷ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ଥିଲେ। ମାତ୍ର ପାଞ୍ଚ ମାସ ଭିତରେ ବିରାଟ କୋହଲିଙ୍କ ହାତରୁ ତିନି ଫର୍ମାଟର ଅଧିନାୟକ ପଦ ଚାଲି ଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com