କ୍ରୀଡ଼ା

ଅଣ୍ଡର-୧୯ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ପରାସ୍ତାକରି ଭାରତର ଫାଇନାଲରେ ପହଞ୍ଚିଛି, ୟଶ ଧୁଲଙ୍କ ଦମାଦାର ଶତକ

ନୂଆଦିଲ୍ଲୀ : ଅଧିନାୟକ ୟଶ ଧୁଲଙ୍କ ଦମାଦାର ବେଟିଂରେ ପରାଜିତ ହେଲେ ଅଷ୍ଟ୍ରେଲିଆ । ଅଣ୍ଡର-୧୯ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ମୁକାବିଲରେ ଅଷ୍ଟ୍ରେଲିଆ ୯୬ ରନରେ ପରାଜିନ ହେଇଛି । ଏବେ ଦଳ ଫାଇନାଲରେ ଇଂଲଣ୍ଡକୁ ଭେଟିବ । ଦଳର ବିଜୟର ହିରୋ ଅଧିନାୟକ ୟଶ ଧୁଲ ଅଟନ୍ତି । ସେ ୧୧୦ ରନର ଜବରଦସ୍ତ ଇନିଂସ ଖେଳିଥିଲେ ।

Cricket under-19s World Cup: Australia vs India score, live, result,  reaction, England final, highlightsୟଶ ଭାରତର ତୃତୀୟ ଅଧିନାୟକ ଅଟନ୍ତି ଯିଏ ଅଣ୍ଡର-୧୯ ବିଶ୍ୱକପରେ ଶତକ ଲଗାଇଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି ଓ ଊନ୍ମକ୍ତ ଚାନ୍ଦ ଏହି କୀର୍ତ୍ତି ପ୍ରତିଷ୍ଠା କରିଥିଲେ । କୋହଲି ୨୦୦୮ ଅଣ୍ଡର-୧୯ ବିଶ୍ୱକପରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ଲଗାଇଥିଲେ । ସେହିପରି ଚାନ୍ଦ ୨୦୧୨ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶହେ ମାରିଥିଲେ ।ଏହି ଦୁଇ ଖେଳାଳି ୟଶଙ୍କ ଭଳି ଦିଲ୍ଲୀରୁ ଆସିଥିଲେ । ଅଣ୍ଡର-୧୯ ନକଆଉଟ୍ ମୁକାବିଲାରେ ଶତକ ଲଗାଇବାରେ ୟଶ ପଞ୍ଚମ ଭାରତୀୟ ବ୍ୟାଟସମ୍ୟାନ୍ । ତାଙ୍କ ପୂର୍ବରୁ ଚେତେଶ୍ୱର ପୂଜାରା, ଚାନ୍ଦ, ରବନୀତି ରିକି ଓ ଯଶଶ୍ୱୀ ଜାୟସଓ୍ୱାଲ ଶତକ ଲଗାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com