କ୍ରୀଡ଼ା

ଚହଲଙ୍କୁ ସାକ୍ଷାତ କଲେ ରହିତ , ଦେଖନ୍ତୁ ଜଣେ ଅନ୍ୟ ଜଣଙ୍କୁ କେମିତି ପ୍ରଶଂସା କଲେ ?

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୦୦୦ ତମ ଦିନିକିଆରେ ବିଜୟ ହାସଲ କରିଛି । ଦଳ ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ଓ୍ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରିଛି । ଭାରତ ବିଜୟର ହିରୋ ଥିଲେ ୟୁଜବେନ୍ଦ୍ର ଚହଲ । ସେ ୪ଟି ଓ୍ୱିକେଟ୍ ନେଇଥିଲେ । ଟହଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା ଚହଲଙ୍କ ସାକ୍ଷାତକାର ନେଇଥିଲେ । ଉଭୟ କଥାବାର୍ତ୍ତା ବେଳେ ମଜା କରୁଥିବା ଦେଖିବାକୁ ମିଳିଥିଲା  ।
ସାକ୍ଷାତକାରରେ ରୋହିତ ଶର୍ମା ଚହଲଙ୍କୁ ପଚାରିଥିଲେ ଯେ, ବ୍ରେକରେ କଣ ପରିବର୍ତ୍ତନ ହୋଇଥିଲା । କିପରି ବୋଲିଂରେ ସୁଧାର ଆଣିଥିଲେ ଚହଲ । ଏହାର ଜବାବରେ ଚହଲ କହିଥିଲେ ଯେ, ସେ ଦଳରୁ ଏକଦା ବାହାରେ ଥିଲେ । ସେହି ସମୟରେ କିପରି ଆହୁରି ଭଲ କରିପାରିବେ ସେନେଇ ଚିନ୍ତା କରିଥିଲେ । ନିଜ ବୋଲିଂ ମଧ୍ୟ ପରିବର୍ତ୍ତନ କରିଥିଲେ ।
ଏହାସହ ଚହଲ ରୋହିତ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ରୋହିତ ତାଙ୍କୁ ଗୁଗଲି ପକାଇବାକୁ କହିଥିଲେ । ଏପରି କରିବା ଦ୍ୱାରା ସେ ସଫଳତା ପାଇଥିଲେ ।
ସବୁଠାରୁ ମଜାଦାର କଥା ହେଉଛି ଯେ, ଯେତେବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ଶେଷ ହୋଇଥିଲା ସେତେବେଳେ ରୋହିତ ଚହଲଙ୍କୁ ପ୍ରଶଂସା କରିଥିଲେ । ଦଳର ମୁଖ୍ୟ ସଦସ୍ୟ ମଧ୍ୟ ଚହଲଙ୍କୁ କହିଥିଲେ ରୋହିତ ।

Related Articles

Back to top button
WP Twitter Auto Publish Powered By : XYZScripts.com