ଓଡ଼ିଶା

ଜନନୀ ଯନ୍ତ୍ରଣା : ଖଟିଆରେ ବୁହା ହେଲେ ପ୍ରସୂତୀ

ତେଲକୋଇ() ପୁଣି ଜନନୀ ଯନ୍ତ୍ରଣା । ମୋବାଇଲ ନେଟୱାର୍କ ନଥିବାରୁ ସଠିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଘରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା। ଏହା ପରେ ମହିଳା ଜଣକ ଅଚେତ ହୋଇଯାଇଥିଲେ। ଶେଷରେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ମୁଣ୍ଡାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ମୁଣ୍ଡାସାହିର ଗର୍ଭବତୀ ବାସନ୍ତି ମହାରଣା ବୁଧବାର ବିଳମ୍ବିତ ରାତ୍ରିରେ ଗର୍ଭଯନ୍ତ୍ରଣା ଅନୁଭବ ହୋଇଥିଲା । ଗାଁରେ ମୋବାଇଲ ନେଟଓ୍ବାର୍କ ନଥିବାରୁ ତାଙ୍କ ସ୍ୱାମୀ ତିନି କିଲୋମିଟର ଚାଲି ଚାଲି ଆସି ତାଳପଦା ଗାଁରେ ପହଞ୍ଚି ଥିଲେ। ଆଶା ଦିଦିଙ୍କ ଘରକୁ ଯାଇ ଖବର ଦେଇଥିଲେ। କିନ୍ତୁ ତାଳପଦା ଗାଁରେ ମଧ୍ୟ ମୋବାଇଲ ନେଟୱାର୍କ ନଥିବା ରୁ ୧୦୨ କୁ ଫୋନ କରି ପାରିଲେ ନାହିଁ ।ଆମ୍ବୁଲାନ୍ସ ପହଞ୍ଚି ବାରେ ବିଳମ୍ବ ଯୋଗୁଁ ଅସୁରକ୍ଷିତ ଅବସ୍ଥାରେ ବାସନ୍ତୀ ଏକ ମୃତ ଶିଶୁକୁ ଜନ୍ମ ଦେଇ ବେହୋସ ହୋଇଯାଇଥିଲେ ।

ଗୁରୁବାର ସକାଳ ୮ଟା ସମୟରେ ନେଟୱାର୍କ ଯାଗା କୁଯାଇ ଆଶା ଦିଦି ଫୋନ କରିଥିଲେ । ଏହାପରେ ୧୦୨ ଅମୁଲାନ୍ସ ତାଳପଦା ଗ୍ରାମକୁ ଯାଇ ଥିଲା । ତେବେମୁଣ୍ଡା ସାହିକୁ ରାସ୍ତା ନଥିବାରୁ ୪ଜଣ ଖଟରେ ବୋହି ପ୍ରସୂତୀ ବାସନ୍ତୀଙ୍କୁ ଅମ୍ବୁଲାନ୍ସ ପାଖକୁ ଆଣି ଥିଲେ । ସେତେବେଳକୁ ବାସନ୍ତୀ ଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com