ଓଡ଼ିଶା

ସରାଟ ସମବାୟ ସଭାପତି ହେଲେ ଭାରତ ଭୁଷଣ

ବାଲିଅନ୍ତା / ବାଲିପାଟଣା : ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ସରାଟ ସେବା ସମବାୟ ସମିତି ସଭାପତି ଭାବେ ଅଵସର ପ୍ରାପ୍ତ ଅଧ୍ୟାପକ ଭାରତ ଭୁଷଣ ମହାନ୍ତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି | ସଭାପତି ପଦ ପାଇଁ ନିର୍ବାଚନ ଥିଲା | ଶ୍ରୀ ମହାନ୍ତି ଏକ ମାତ୍ର ପାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ | ତେଣୁ ନିର୍ବାଚନ ଅଧିକାରୀ ତାଙ୍କୁ ବିଜୟ ଘୋଷଣା କରିଥିଲେ |

ପ୍ରକାଶ ଥାଉ କି , ସରାଟ ସମବାୟ ସମିତିରେ ଜଣେ ପାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଗତ ଜୁନ ମାସ ୨୬ ରେ ହୋଇଥିବା ନିର୍ବାଚନରେ ଭାରତଙ୍କ ଗୋଷ୍ଠୀ ପ୍ରତିଦ୍ବନ୍ଦୀଙ୍କୁ ମାତ ଦେଇଥିଲେ | ଶ୍ରୀ ମହାନ୍ତିଙ୍କ ଗୋଷ୍ଠୀର ୧୪ ବୋର୍ଡ ମେମ୍ବର ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ | ବିରୋଧୀ ଗୋଷ୍ଠୀରୁ ଜଣେ ହେଲେ ଜିତି ପାରିନଥିଲେ | ସରାଟ ସମବାୟ ସମିତିର ବିକାଶ ପାଇଁ ଅହରହ କାର୍ଯ୍ୟ କରିବେ ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି | ଏହି ଅଵସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com