ଓଡ଼ିଶା

୧୨୦ କେଜି ଗଞ୍ଜେଇ ଜବତ, ଗାଡି ଚାଳକ ଫେରାର୍

ରାୟଗଡା() ୧୨୦ କିଲୋ ଗଞ୍ଜେଇ ଜବତ। ରାୟଗଡା ଜିଲ୍ଲା ମୁନିଗୁଡାରେ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଜବତ ହୋଇଛି। ଗାଡି  କୁଟ୍ରାଗଡ଼ ଛକ ନିକଟରେ ଜଣେ ଯୁବକକୁ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ପୋଲିସ ଖବର ପାଇଥିଲା। ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ସ୍କୋରପିଅକୁ ପିଛା କରିଥିଲେ। ଝାମରାଗୁଡା ନିକଟରେ ଦୁର୍ବୁତ୍ତ ମାନେ ସ୍କର୍ପିଓ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ପରେ ପୋଲିସ ସ୍କର୍ପିଓ ପାଖକୁ ଯାଇ ଯାଞ୍ଚ କରିବା ବେଳକୁ ସେଥିରେ ଗଞ୍ଜେଇ ପାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସ୍କର୍ପିଓ ଧକ୍କାରେ ଗୁରୁତର ହୋଇଥିବା ଯୁବକକୁ ପୋଲିସ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com