ଓଡ଼ିଶା

୧୪ରାଣୀଙ୍କ ରାଜା : ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

ଭୁବନେଶ୍ୱର () ଭାଲେଣ୍ଟାଇନ ଡେ’ରେ ବନ୍ଧା ହେଲେ ରସିକିଆ ଡାକ୍ତର । ୭ଟି ରାଜ୍ୟରେ ୧୪ ପତ୍ନୀ ରଖିଥିବା ଡାକ୍ତର ରମେଶ ସ୍ୱାଇଁଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ବିବାହ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ନିଜକୁ ହୋମିଓପ୍ୟାଥିକ ଡାକ୍ତର କହୁଥିବା ରମେଶ ସ୍ୱାଇଁ କିଛି ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ କହିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଡାକ୍ତର ଜଣଙ୍କ ବୟସ ହେଉଛି ୫୪ ବର୍ଷ । ସ୍ପେଶାଲ ସ୍କ୍ୱାଡ୍ ଗରିଫ କରିବା ପରେ ଅଧିକ ପଚରାଉଚରା କରୁଛି ପୋଲିସ ।
ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ସ୍ଥିତ ଭଗବାନପୁରର ରମେଶ ଚନ୍ଦ୍ର ସ୍ୱାଇଁ (୬୧) । ତାଙ୍କ ଠାରୁ ଅନେକ ଏଟିଏମ୍‌ କାର୍ଡ, ଭିନ୍ନ ଭିନ୍ନ ପରିଚୟ ପତ୍ର, ଗୋଟିଏ କାର୍‌ ଓ ବହୁ କାଗଜ ପତ୍ର ଜବତ କରିଛି ପୋଲିସ୍ । ସବୁ ଠାରୁ ବଡ଼ କଥା ହେଲା ରମେଶ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ୨୦ ବର୍ଷ ମଧ୍ୟରେ ୭ ଟି ରାଜ୍ୟରେ ୧୪ ଟି ପତ୍ନୀ ରଖିଛନ୍ତି । ତାଙ୍କ ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଉକ୍ତ ୧୪ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ ।

Related Articles

Back to top button
WP Twitter Auto Publish Powered By : XYZScripts.com