ଓଡ଼ିଶା

ରାଜ୍ୟରେ ଉପରମୁହାଁ କରୋନା; ମାସ୍କ ନ ପିନ୍ଧିଲେ କଟାଯିବ ଫାଇନ୍

ଭୁବନେଶ୍ୱର, ୦୯/୦୭/୨୦୨୨ – ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି କରୋନା । ବଢୁଥିବା ସଂକ୍ରମଣକୁ ଆଖିରେ ରଖି ବିଏମସି ପକ୍ଷରୁ ମାସ୍କ ନ ପିନ୍ଧିଲେ ଫାଇନ୍ କଟାଯିବ ବୋଲି ଶନିବାର ଭୁବନେଶ୍ୱର ମେୟର ସୁଲୋଚନା ଦାଶ ସୂଚନା ଦେଇଛନ୍ତି । ଏବେ କରୋନାର ଦୈନିକ ସଂକ୍ରମଣ ୫୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ବର୍ଷରୁ କମ୍ ୫୯ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୩୭ ଜଣ ରହିଥିଲାବେଳେ କଟକରୁ ୮୯, ସୁନ୍ଦରଗଡରୁ ୨୯, ପୁରୀରୁ ୨୯, ସୋନପୁରରୁ ୧୫ ଯାଜପୁରରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରଥଯାତ୍ରା ଚାଲିଥିବାରୁ ପୁରୀ ସମେତ ସାରା ରାଜ୍ୟରେ ସଂକ୍ରମଣ ବଢିବା ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭୯୫ରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com