ଓଡ଼ିଶା

ବାଲୁକା କଳାରେ ହନୁମାନଙ୍କ ଆକର୍ଷଣୀୟ ମୃତ୍ତି ,ଓଡିଆ ନବ ବର୍ଷ ନେଇ ଅଭିନନ୍ଦନ

ପୁରୀ () ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ମାନଙ୍କର ନୂତନ ବର୍ଷ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି |ପୁରୀର ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଶ୍ରୀ ହନୁମାନଙ୍କ ଏକ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ |

ଶିଳ୍ପୀ ମାନସ ପ୍ରଭୁଙ୍କୁ ବିନର୍ମ ପ୍ରାର୍ଥନା କରିଛନ୍ତି ପ୍ରଭୁ କରୋନା ରୁପି ସଙ୍କଟ ଏବଂ ସାରା ପୃଥିବୀ ରେ ଚାଲିଥିବା ସମସ୍ୟାକୁ ଦୁର କରି ଶାନ୍ତି ପ୍ରତିଷ୍ଠା କରାନ୍ତୁ | ଏହି ବାଲୁକା କଳା ଟି 17 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 12 ଟନ ବାଲି ଉପଯୋଗ କରାଯାଇଛି |

ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲିଗିଥିଲା ଏଥିରେ ଓଡ଼ିଆ ନୂତନ ବର୍ଷ ର ଅଭିନନ୍ଦନ ଦେବା ସହିତ ହନୁମାନ ଜୟନ୍ତୀ ର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି |

Related Articles

Back to top button