ଜାତୀୟ

TCS ହେଲା ବିଶ୍ଵର ଦ୍ଵିତୀୟ ମୂଲ୍ୟବାନ IT କମ୍ପାନୀ: ତୃତୀୟ ସ୍ଥାନରେ ଇନଫୋସିସ୍, ଟପ୍ ୨୫ ରହିଛି ଅନ୍ୟ ୪ ଭାରତୀୟ କମ୍ପାନୀ

ବ୍ୟୁରୋ () ଭାରତୀୟ କମ୍ପାନୀ ଟିସିଏସ ବର୍ତ୍ତମାନ ସବୁ IT କମ୍ପାନୀକୁ ପଛରେ ପକାଇ ବିଶ୍ଵର ଦ୍ଵିତୀୟ ମୂଲ୍ୟବାନ ଆଇଟି କମ୍ପାନୀ ହୋଇଛି। ଖାଲି ସେତିକି ନୁହେଁ ଏହା ଆମେରିକାର ବଡ଼ କମ୍ପାନୀ ଆଇବିଏମ୍ କମ୍ପାନୀକୁ ପଛରେ ପକେଇଛି । ବ୍ରାଣ୍ଡ୍ ଭାଲ୍ୟୁମେଣ୍ଟ୍ କମ୍ପାନୀ ବ୍ରାଣ୍ଡ୍ ଫାଇନାନ୍ସର ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ ଟିସିଏସ ପରେ ଭାରତୀୟ କମ୍ପାନୀ ଭାବେ ଇନଫୋସିସ୍ ବିଶ୍ୱର ତୃତୀୟ IT କମ୍ପାନୀ ମଧ୍ୟରେ ରହିଛି । ତେବେ ଆଇଟି କମ୍ପାନୀ ମଧ୍ୟରୁ ବିଶ୍ଵର ପ୍ରଥମ କମ୍ପାନୀ ଭାବେ ଆସେଞ୍ଚର ରହିଛି ।

TCS ଦୁନିଆର ଦ୍ୱିତୀୟ ମୂଲ୍ୟବାନ ଆଇଟି କମ୍ପାନୀ ହେବା ପରେ ଇନଫୋସିସ୍ ତୃତୀୟ ସ୍ଥାନ ଅଧିକାର କରିଛି ଓ ଏହା ସହ ଶ୍ରେଷ୍ଠ ୨୫ ଟି IT କମ୍ପାନୀ ମଧ୍ୟରେ ଭାରତର ଅନ୍ୟ ୪ଟି ଆଇଟି କମ୍ପାନୀ ରହିଛି।
ଏହା ମଧ୍ୟରୁ ୨୦୨୨ ର ଏକ ରିପୋର୍ଟ ଅନୁଯାୟୀ, ଟିସିଏସ୍ ଏବଂ ଇନଫୋସିସ୍ ପରେ ଆହୁରି ଚାରିଟି ଭାରତୀୟ କମ୍ପାନୀ ୱିପ୍ରୋ ସପ୍ତମ ସ୍ଥାନ, ଏଚସିଏଲ୍ ଅଷ୍ଟମ ସ୍ଥାନରେ, ଟେକ୍ ମହିନ୍ଦ୍ରା ୧୫ ତମ ସ୍ଥାନରେ, ଏଲଟିଆଇ ୨୨ ତମ ସ୍ଥାନରେ ଟପ୍ ୨୫ ରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com