Featuredଜାତୀୟ

ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ । ବାଥରୁମରେ ପଡ଼ିଯିବାରୁ ୭୮ବର୍ଷୀୟ ବୟସ୍କ ବେଦପ୍ରତାପଙ୍କର ମୃତ୍ୟୁ ହୋଇଛି । ହରିୟାଣାରର ଗୁରୁଗ୍ରାମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ମିଡିଆ ଜଗତରେ ଶୋକର ଛାୟା ଖେଲିଯାଇଛି । ସେ ଜଣେ ବରିଷ୍ଠ ପତ୍ରକାର ଓ ରାଜନୈତିକ ବିଶ୍ଳେଷକ ଭାବେ ଜଣାଶୁଣା ଥିଲେ । ୨୦୧୪ରେ ଆତଙ୍କୀ ହାଫିଜ ସଇଦର ଇଣ୍ଟରଭ୍ୟୁ ନେଇଥିଲେ ବୈଦିକ । ୧୯୪୪ ମସିହାରେ ଇନ୍ଦୋରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୮ ମସିହାରୁ ସାମ୍ବାଦିକ କ୍ୟାରିଅର ଆରମ୍ଭ କରିଥିଲେ । ନବଭାରତ ଟାଇମ୍ସ ଓ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସହ ମଧ୍ୟ କାମ କରିଥିଲେ ବେଦପ୍ରତାପ । ସେ ଜେଏନୟୁରୁ ଅନ୍ତରାଷ୍ଟ୍ରୀୟ ରାଜନୀତିରେ ପିଏଚଡି ହାସଲ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com