Featuredଓଡ଼ିଶା

ମନୋଜ ରହିବେ ନା ତାଙ୍କ ସ୍ଥାନରେ ଆଉ କିଏ?

ଭୁବନେଶ୍ୱର: ମନୋଜ ରହିବେ ନା ତାଙ୍କ ସ୍ଥାନରେ ଆଉ କିଏ ସମ୍ଭାଳିବେ ଓଡ଼ିଶାର ଭାର? ବରିଷ୍ଠ ଆଇଏଏସ ଅଧିକାରୀ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବାକୁ ବସିଲାଣି । ତେବେ ମୋହନ ସରକାରଙ୍କ ୬ମାସର ଶାସନ କାଳ ମଧ୍ୟରେ ସରକାରଙ୍କୁ ଲୋକଙ୍କ ସରକାରରେ ପରିଣତ କରିବାରେ ତାଙ୍କର ଭୂମିକା ନିର୍ଣ୍ଣାୟକ । ଏହାରି ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ସେ ନିଜର ଅଭିଜ୍ଞତାକୁ ଦର୍ଶାଇଛନ୍ତି । ତେବେ ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବାକୁ ବସିଥିବା ବେଳେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟ ଅବଧିକୁ ବଢାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସରକାର ଏନେଇ ଚିନ୍ତା କରୁଛନ୍ତି । ମନୋଜ ରହିବେ ନା ତାଙ୍କ ସ୍ଥାନରେ ଆଉ କିଏ ଦାୟିତ୍ୱ ସମ୍ଭାଳିବେ ସେ ନେଇ ଖୁବ ଶୀଘ୍ର ସୂଚନା ଦିଆଯିବ । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com