ଜାତୀୟ

‘ଏନ୍‌ସିସି’ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ପିନ୍ଧିଲେ ଶିଖ୍‌ କ୍ୟାଡେଟ୍‌ ପଗଡ଼ି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍‌ରେ ଆୟୋଜିତ ‘ନ୍ୟାସ୍‌ନାଲ୍‌ କ୍ୟାଡେଟ୍‌ କର୍ପସ୍‌’ (ଏନ୍‌ସିସି) ରାଲିରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖ୍‌ କ୍ୟାଡେଟ୍‌ ପଗଡ଼ି ପିନ୍ଧିଥିଲେ।

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘ଏନ୍‌ସିସି’ କଣ୍ଟିଜେଣ୍ଟ୍‌ମାନଙ୍କ ଗାର୍ଡ ଅଫ୍‌ ଅନର୍‌ ନିରୀକ୍ଷଣ କରିବା ସହ ଏବଂ ମାର୍ଚ ପାଷ୍ଟ୍‌ ସମୀକ୍ଷା  କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ସର୍ବୋତ୍ତମ କ୍ୟାଡେଟ୍‌ଙ୍କୁ ‌ମେଡାଲ୍‌ ଏବଂ ବେଟନ୍‌ ପ୍ରଦାନ କରି ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରୁ ଉତ୍ତୋଳିତ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ୍‌ ରଙ୍ଗର ପର ଲାଗିଥିବା ରାଇଫଲ୍‌-ସବୁଜ ରଙ୍ଗର ପଗଡ଼ି ପରିଧାନ କରିଥିଲେ। କ୍ୟାଡେଟ୍‌ମାନଙ୍କ ପ୍ରତି ସମ୍ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ, ମୁଁ ଗର୍ବିତ ଯେ, ମୁଁ  ବି ‘ଏନ୍‌ସିସି’ର ସକ୍ରିୟ ସଦସ୍ୟ ଥିଲି। ‘ଏନ୍‌ସିସି’କୁ ସୁଦୃଢ଼ କରିବା ଲାଗି ଆମ ସରକାର କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛି। ଏହି ରାଲିରେ ବହୁସଂଖ୍ୟକ ଝିଅ କ୍ୟାଡେଟ୍‌ ଅଂଶ ଗ୍ରହଣ କରିଛନ୍ତି। ଏହା ହେଉଛି ଆଜି ଭାରତରେ ଘଟୁଥିବା ପରିବର୍ତ୍ତନ।

Related Articles

Back to top button
WP Twitter Auto Publish Powered By : XYZScripts.com