ଓଡ଼ିଶାଜାତୀୟଶିକ୍ଷା

ଦୁଇଟି ଡିଗ୍ରୀରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୪/୧୨/୨୦୨୨-   ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନେ ଏକାବେଳକେ ଦୁଇଟି ଡିଗ୍ରୀରେ ନାମ ଲେଖାଇ ପାରିବେ । ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସୁଯୋଗ ପାଇପାରିବେ । ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ଆଲୋଚନା ହୋଇଛି ।

U.G.C ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଦୁଇଟିଯାକ ଡିଗ୍ରୀ ରେଗୁଲାର ମୋଡ଼ରେ ହେବା ସହ ଦୁଇଟି ରେଗୁଲାର କୋର୍ସ ପାଇଁ କ୍ଲାସ ସମୟ ଭିନ୍ନ ଭିନ୍ନ ରହିବ । ଗୋଟିଏ ଡିଗ୍ରୀର କ୍ଲାସ ସମୟ ସକାଳେ ରହିଲେ ଅନ୍ୟ ଡିଗ୍ରୀର କ୍ଲାସ ସମୟ ସନ୍ଧ୍ୟାରେ ରହିବ । ତେବେ ଫିଜିକାଲ ମୋଡ଼ରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରୀରେ ଆଡମିସନ କରିପାରିବେ ନାହିଁ । ପ୍ରଥମ କୋର୍ସର ଅତିକମରେ ଏକବର୍ଷ ପରେ ଛାତ୍ରଛାତ୍ରୀ ଦ୍ୱିତୀୟ ରୋଗୁଲାର କୋର୍ସରେ ଆଡମିସନ କରିବେ । ଛାତ୍ରଛାତ୍ରୀ ଗୋଟିଏ ବା ଦୁଇଟି ବିଶ୍ୱବିଦ୍ୟାଳୟରେ ଆଡମିସନ କରିପାରିବେ । ଆସନ୍ତା ମାସରେ ହେବାକୁଥିବା ପରିଷଦର ବୈଠକରେ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯିବ । ଏହାପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com