ଓଡ଼ିଶା

ତହସିଲଦାରଙ୍କୁ ଅଭିଯୋଗ: ୧୫ ପରିବାରକୁ ନିଆଁପାଣି ବାସନ୍ଦ କଲା କଙ୍ଗାରୁ କୋର୍ଟ! ଗ୍ରାମବାସୀଙ୍କ ଅଭିଯୋଗ: କୋଠଘର ଟଙ୍କା ଉଦ୍ଧାର ନେଇ ଫେରାଉନାହାନ୍ତି

ନରସିଂହପୁର() ନରସିଂହପୁର ତହସିଲ ଅନ୍ତର୍ଗତ କଇଁତରା ନୂଆଗାଁରେ କଙ୍ଗାରୁ କୋର୍ଟରେ ବିଚାର କରାଯାଇ ଗାଁର ୧୫ଟି ପରିବାରକୁ ଗ୍ରାମବାସୀ ନିଆଁ ପାଣି ବାସନ୍ଦ କରିଛନ୍ତି। ପୂର୍ବରୁ ବାସନ୍ଦ କରାଯିବା ସତ୍ତ୍ବେ ଜଣେ ଯୁବକ ଗାଁର ଅନ୍ୟ ପିଲାମାନଙ୍କ ସହ କ୍ରିକେଟ୍‌ ଖେଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ବାସନ୍ଦ ଥିବା ପରିବାରଗୁଡ଼ିକ ପକ୍ଷରୁ ସ୍ଥାନୀୟ ତହସିଲଦାର ଅଲୋକ କୁମାର ଦେହୁରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା ଦିନେ/ଦୁଇଦିନ ଭିତରେ ମାମଲାର ସମାଧାନ କରିଦିଆଯିବ ବୋଲି ତହସିଲଦାର ଶ୍ରୀ ଦେହୁରୀ କହିଛନ୍ତି। ଅଭିଯୋଗ ମୁତାବକ, ଗ୍ରାମର ସଭାପତି ବୃନ୍ଦାବନ ବେହେରା, ସମ୍ପାଦକ ସୁଧୀର କୁମାର ପ୍ରଧାନଙ୍କ ସମେତ କଇଁତରା ନୂଆଗାଁର ଗ୍ରାମବାସୀମାନେ ପ୍ରାୟ ୮ବର୍ଷ ତଳେ ଲକ୍ଷ୍ମୀଧର ପ୍ରଧାନଙ୍କ ପରିବାରକୁ ଅଟକ ରଖିଥିଲେ। ୬ମାସ ତଳେ ଲକ୍ଷ୍ମୀଧରଙ୍କ ପୁଅ ଗ୍ରାମ ନିକଟ କମଳାଡ଼ିହରେ କ୍ରିକେଟ୍‌ ଖେଳିବାକୁ ଯାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com