ଅନ୍ତର୍ଜାତୀୟ

ବାଲୋଚିସ୍ତାନ ଚେକପୋଷ୍ଟରେ ଆତଙ୍କୀ ଆକ୍ରମଣ; ୧୦ ପାକିସ୍ତାନୀ ସୈନ୍ୟ ନିହତ

ଇସ୍‌ଲାମାବାଦ୍() ବାଲୋଚିସ୍ତାନ ପ୍ରଦେଶର କେଚ୍‌ ଜିଲ୍ଲାସ୍ଥିତ ନିରାପତ୍ତା ବଳଙ୍କ ‘ଚେକ୍‌ପୋଷ୍ଟ୍‌’ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ୧୦ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ଗୁରୁବାର ଦିନ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ସେନାର ଗଣମାଧ୍ୟମ ବିଭାଗ ‘ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ୍‌’ (ଆଇଏସ୍‌ପିଆର୍‌) ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ କହିଛି ଯେ, ଜାନୁଆରି ୨୫-୨୬ ତାରିଖ ରାତିରେ ଆତଙ୍କବାଦୀମାନେ ଗୁଳି ବିନିମୟ କରିଥିଲେ । ଆଉ ଏହି ଭୀଷଣ ଗୁଳି ବିନିମୟ ସମୟରେ ୧୦ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ଏହାସହ ଜଣେ ଆତଙ୍କବାଦୀ ବି ନିହତ ହୋଇଛି।

ଚଢ଼ାଉ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ୩ଜଣ ଆତଙ୍କବାଦୀଙ୍କୁ ଧରାଯାଇଛି । ଏହି ଆକ୍ରମଣ ଘଟଣା ପାଇଁ ଦାୟୀ ବୋଲି ଏଯାବତ୍‌ କୌଣସି ସଙ୍ଗଠନ ଘୋଷଣା କରିନାହିଁ। ସୂଚନାଯୋଗ୍ୟ, ଇରାନ୍‌ ଓ ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ ବାଲୋଚିସ୍ତାନ୍‌ରେ ଦୀର୍ଘ କାଳ ହେବ ଅସ୍ଥିରତା ଲାଗି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com