ଓଡ଼ିଶା
ରାଜ୍ୟ ସରକାର ବଡ଼ ସୂଚନା: ଖୁବ୍ଶୀଘ୍ର ମହିଳାଙ୍କ ପାଇଁ ୪ଟି କୋର୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର: ରାଜ୍ୟ ମହିଳାଙ୍କ ଖୁସି ଖବର ଆଣିଲେ ରାଜ୍ୟ ସରକାର l ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି, ଏଣିକି ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ । ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ ।
ଏଥିପାଇଁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପୃଥ୍ବୀରାଜ କହିଛନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ୪ଟି କୋର୍ଟ ପ୍ରତିଷ୍ଠା ହେବ । ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା ସମ୍ବନ୍ଧୀୟ ପ୍ରସ୍ତାବ ଖୁବ୍ଶୀଘ୍ର ଓଡ଼ିଶା ହାଇକୋର୍ଟକୁ ପଠାଯିବ । ଏଥିରେ ମହିଳା ବିଚାରପତି ଏବଂ ସରକାରୀ ଓକିଲ ରହିବେ ।