ଓଡ଼ିଶା
ଅବକାରୀ ବିଭାଗ ସ୍ୱତନ୍ତ୍ର ଅଭିଯାନ: ମତଦାନର ୪୮ ଘଣ୍ଟା ପୂର୍ବରୁ ଅଞ୍ଚଳର ସବୁ ମଦ ଦୋକାନ ରହିବ ବନ୍ଦ
![](https://i0.wp.com/odia.mobilenews24x7.com/wp-content/uploads/2022/01/2e31866ce57dcd323b4db4a3ce580b6426acf290aab58ee726a5090a76c22ed4.webp?resize=718%2C470&ssl=1)
ବ୍ୟୁରୋ() ନିର୍ବାଚନକୁ ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ । ମତଦାନର ୪୮ ଘଂଟା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ସମସ୍ତ ପ୍ରକାର ମଦ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ।
ନିର୍ବାଚନକୁ ଦୃଷ୍ଟିରେ ରଖି ଏନଫୋର୍ସମେଣ୍ଟକୁ କଡାକଡି କରିବାକୁ ସମସ୍ତ ଜିଲ୍ଲାକୁ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ନିର୍ଦ୍ଦେଶ ଦେଇଛନ୍ତି।
୨୦୨୧ ଡିସେମ୍ବର ସୁଦ୍ଧା ମୋଟ ୨ ଲକ୍ଷ ୭୦ ହଜାର ୧୦୭ ଟି ମାମଲା ରୁଜୁ ହୋଇଛି । ୨୨ ହଜାର ୩୫୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ୭ ଲକ୍ଷ ୩୨ହଜାର ୪୩୭ ଲିଟର ମଦ ଜବତ ହୋଇଛି । ୨୧ ହଜାର ୪୬ କେଜି ଗଞ୍ଜେଇ ଓ ୯୨୮୮ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ୧୫୩୨ଟି ଗାଡି ଜବତ କରିଛି ବିଭାଗ । ମୋଟ ୯୭ କୋଟି ୮୯ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ୧୮ହଜାର ୮୯୦ ଏକର ଜମିରେ କରାଯାଇ ଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।