ଅନ୍ୟାନ୍ୟ

ଚଳିତ ବର୍ଷରେ ହୀରାକୁଦ ଜଳଭଣ୍ଡାର ପ୍ରଥମ ଥର ଜଳସ୍ତର ସବୋର୍ଚ୍ଚ ୬୩୦ ଫୁଟ ଛୁଇଁଲା

ହୀରାକୁଦ,୨୯/୦୯/୨୦୨୨-   ଚଳିତ ବର୍ଷରେ ହୀରାକୁଦ ଜଳଭଣ୍ଡାର ପ୍ରଥମ ଥର ଜଳସ୍ତର ସବୋର୍ଚ୍ଚ ୬୩୦ ଫୁଟରେ ପହଞ୍ଚିଛି । ମଙ୍ଗଳବାର ରାତିରୁ ଓପିଟିସିଏଲ୍‌ର କଣ୍ଟାପାଲି ଫିଡର୍‌-୨ରେ ସମସ୍ୟା କାରଣରୁ ବୁର୍ଲା ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ୨ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ଯେତିକି ପାଣି ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ପାୱାର୍‌ ନେବା କଥା ସେତିକି ନେଇପାରୁନି । ଯେଉଁଥିପାଇଁ ଜଳସ୍ତର ୬୩୦ ଫୁଟ୍‌  ଛୁଇଁଛି ।

ହୀରାକୁଦ ଅପର୍‌ ବେସିନ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ ଯେହେତୁ ଜଳଭଣ୍ଡାରରେ ୬୩୦ ଫୁଟ୍‌ ପାଣି ଭରି ଯାଇଛି, ତେଣୁ  ଏହାଠାରୁ ଅଧିକ ପାଣି ରଖିପାରିବୁ ନାହିଁ । ଏଥିପାଇଁ ବୁଧବାର ରାତି ୮ଟା ବେଳେ ହୀରାକୁଦର ପୁଣି ଗୋଟିଏ ଗେଟ୍ ଖୋଲାଯାଇଛି । ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଫିଡର୍ ସଜାଡ଼ିବାରେ ଲାଗିଛନ୍ତି । ଏହା ଠିକ୍ ହେବାପରେ ବୁର୍ଲା ପାୱାର୍‌ ହାଉସ୍‌ ପୁଣି ବିଦ୍ୟୁତ୍ ଉତ୍ପାଦନ କରିବ ଓ ଜଳଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com