ଓଡ଼ିଶା

ପବିତ୍ର ମାଘ ସପ୍ତମୀ ବୁଡ ପ୍ରସ୍ତୁତ: ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଜଳ ନିଷ୍କାସନ ସହ ସଫେଇ କାର୍ଯ୍ୟ ଜାରି

କୋଣାର୍କ() ଆସନ୍ତା ୬ତାରିଖରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ସପ୍ତମୀ ବୁଡ । କରୋନା କଟକଣା ଯୋଗୁଁ କୋଭିଡ ଗାଇଡଲାଇନ ଅନୁଯାୟୀ ବିନା ଶ୍ରଦ୍ଧାଳୁରେ ବୁଡ ନୀତି ସମ୍ପାଦନ ହେବ । ବାବାତ୍ରୀବେଣୀଶ୍ୱର, ଦକ୍ଷିଣେଶ୍ୱର, ଇଶାଣେଶ୍ୱରଙ୍କ ଚଳନ୍ତି ପ୍ରତିମା ଏହି ତୀର୍ଥରେ ମହାସ୍ନାନ ସମ୍ପନ୍ନ ହେବ । ସପ୍ତମୀ ବୁଡ ସହ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ସାରିବାକୁ ନିର୍ଦେଶ ଦିଆଯାଇଥିବାରୁ ସମୟସୀମା ଭିତରେ କାର୍ଯ୍ୟ ସରିବା ନେଇ ପ୍ରସ୍ତୁତି ଆରମ୍ବ ହୋଇଯାଇଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ଜଳ ନିଷ୍କାସନ ଓ ମେଳାପଡିଆର ବ୍ୟାରିକେଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୧୦ଟି ପାଣି ପମ୍ପ ସାହାଯ୍ୟରେ ତୀର୍ଥ ପୁଷ୍କରିଣୀକୁ ଜଳ ନିଷ୍କାସନ ଓ ସଫେଇ କରାଯାଉଛି। ଏହା ପରେ ଚୂନ ଓ ବ୍ଲିଚିଂ ପକାଇ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ତିନି ଠାକୁରଙ୍କ ନୀତି ସମ୍ପାଦନ, ପରିମଳ, ଆଇନଶୃଙ୍ଖଳା, ଆଲୋକ ବ୍ୟବସ୍ତା ସୁଚାରୁରୂପେ ତୁଲାଇବା ସମନ୍ୱୟ ବୈଠକରେ ନିର୍ଦେଶ ଦିଆଯାଇଥିଲା । ଏହି ତିଥିରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ଅଶେଷ ପୁଣ୍ୟ ଲାଭ ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com