ଲୋକସଭାରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ଉପସ୍ଥାପିତ, ଜିଡିପି ଅଭିବୃଦ୍ଧି ୮ ରୁ ୮.୫% ରହିବା ଆକଳନ
![](https://i0.wp.com/odia.mobilenews24x7.com/wp-content/uploads/2022/01/nirmala-696x392-1.jpg?resize=696%2C392&ssl=1)
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଏଥିରେ କୁହାଯାଇଛି ।
ଯଦି ଆଉ କରୋନା ମହାମାରୀ ସଂପର୍କିତ ଆର୍ଥିକ ପ୍ରତିବନ୍ଧକ ( ଲକଡାଉନ, କଟକଣା ) ଆଦି ନ ହୁଏ, ସେ କ୍ଷେତ୍ରରେ ଏହି ଅଭିବୃଦ୍ଧି ହାସଲ କରିହେବ ବୋଲି ରିପୋର୍ଟ କହିଛି । ଦେଶରେ ବ୍ୟାପକ କରୋନା ଟିକାକରଣ ଅଭିଯାନ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ସରକାରୀ ନିବେଶ ଅଭିବୃଦ୍ଧିର ବାହକ ହେବ ।
ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । କିନ୍ତୁ ଶିଳ୍ପ କ୍ଷେତ୍ର ୧୧.୮ ପ୍ରତିଶତ ହାରରେ ଓ ସେବା କ୍ଷେତ୍ର ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ।