ଜାତୀୟ

ଏନ୍‌ସିପି ନେତା ତଥା ମନ୍ତ୍ରୀ ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ED, ଅଣ୍ଡରଓ୍ବାର୍ଲଡ୍‌ ଲିଙ୍କ୍‌ ଅଭିଯୋଗ…

ମୁମ୍ବାଇ() ବରିଷ୍ଠ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ୍‌ ମଲ୍ଲିକଙ୍କୁ, ଘରୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED) । ଅଣ୍ଡରଓ୍ବାଲର୍ଡ ଲିଙ୍କ୍‌ ଅଭିଯୋଗରେ ଇଡି ତାଙ୍କୁ ପଚରା ଉଚରା କରୁଛି । ସେପଟେ ନଓ୍ବାବ୍‌ ମଲ୍ଲିକଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ ହୋଇଯାଇଛି । ଏନ୍‌ସିପି ସମେତ ଶିବସେନା ନେତା ଏ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ନଓ୍ବାବ୍‌ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଏନ୍‌ସିପି ଏବଂ ଶିବସେନା । ଅନ୍ୟପଟେ ମହାରାଷ୍ଟ୍ର ଏନ୍‌ସିପି ମୁଖ୍ୟାଳୟ ସାମ୍ନାରେ ନଓ୍ବାବ୍‌ ମଲ୍ଲିକଙ୍କ ସମର୍ଥନମାନେ ଏକାଠି ହୋଇ ବିଭିନ୍ନ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି । ଶିବସେନା ଏବଂ ଏନ୍‌ସିପି ନେତାମାନେ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଣ୍ଡରଓ୍ବାଲର୍ଡ ସହ ଲିଙ୍କ ଏକ ପ୍ରପର୍ଟି ମାମଲାରେ ପଚରା ଉଚରା ପାଇଁ ନଓ୍ବାବ୍‌ଙ୍କୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଉଠାଇନେଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com