ଓଡ଼ିଶା
ଭିଜିଲାନ୍ସ ଜାଲରେ ଜେଇ, ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠାବ
ଅନୁଗୋଳ () ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ତାଙ୍କର ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡ ସ୍ଥିତ ବାସଭବନ, ଅମ୍ବାପାଳ ସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସରେ ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ।
ସୂଚନା ଅନୁଯାୟୀ ଅନୁଗୋଳ ସହ କଟକ, କେନ୍ଦ୍ରାପଡା, ଜଗତସିଂହପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ତେବେ ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ଟିମ ହାସଲ କରିଛି।
ଏହାବ୍ୟତୀତ ଭିଜିଲାନ୍ସ ୨୬୧ ଗ୍ରାମର ସୁନାଗହଣା ତାଙ୍କ ଘରୁ ଜବତ କରିଛି। ଏ ନେଇ ପରବର୍ତ୍ତୀ ସମୟରେ ଅବଗତ କରାଯିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଟିମର ବରିଷ୍ଠ ଅଧିକାରୀ। ଏବେବି ଚଢ଼ାଉ ଜାରି ରହିଛି।