ଜାତୀୟ

ଅର୍ଥନୀତିର ଅଭିବୃଦ୍ଧି, ଚାହିଦା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଜେଟରେ ଗୁରୁତ୍ୱ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବିନିଯୋଗକୁ ୩୫.୪ ପ୍ରତିଶତକୁ ବୃଦ୍ଧି କରି ୭.୫ ଲକ୍ଷ କୋଟି ଟଙ୍କା କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ମୋଦୀ ସରକାର ଅର୍ଥନୀତିର ଅଭିବୃଦ୍ଧି, ଚାହିଦା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଜେଟରେ ଗୁରୁତ୍ୱ ମିଳିଛି। ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ, ଅଙ୍ଗନବାଡ଼ିର ବିକାଶ, ପଛୁଆ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ । ୫ଜି ମୋବାଇଲ ସେବା, ଶତପ୍ରତିଶତ ପୋଷ୍ଟ ଅଫିସକୁ ଅତ୍ୟାଧୁନିକ କରିବା ଦ୍ୱାରା ଦେଶର ନାଗରିକଙ୍କ ଜୀବନଶୈଳି ଅଧିକ ସୁଗମ କରିବ।

ଟୁଇଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି କିଷାନ ଡ୍ରୋନର ବ୍ୟବହାର, ରୟାୟନ ବିହୀନ ତଥା ଜୈବିକ ଚାଷକୁ ପ୍ରୋତ୍ସାହନ, କ୍ଷୁଦ୍ରଚାଷୀଙ୍କୁ ପ୍ରାଧାନ୍ୟ, ଗହମ ଏବଂ ଧାନ ଚାଷୀଙ୍କୁ ଏମଏସପି ବାବଦରେ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ଭଳି ଆତ୍ମନିର୍ଭରଶୀଳ ବଜେଟରେ ଥିବା ପଦକ୍ଷେପ ଚାଷ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ଓ ଚାଷୀ ଭାଇଙ୍କୁ ସମୃଦ୍ଧ କରିବ। ୬୦ ହଜାର କୋଟି ବ୍ୟୟରେ ପତ୍ୟେକ ଘରେ ନଳ ପାଣିରେ ୩.୫ କୋଟି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଏବଂ ପିଏମ୍‌ଏୱାଇ ଯୋଜନାରେ ୪୮ ହଜାର କୋଟି ବ୍ୟୟରେ ୮୦ ଲକ୍ଷ ହିତାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯିବ, ଯାହା ପ୍ରଧାନମନ୍ତ୍ରୀଜୀଙ୍କ ଗରିବଙ୍କୁ ସଶକ୍ତ କରିବା ଦିଗରେ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ବଜେଟରେରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ସ୍କିଲିଂ ପାଇଁ ଡିଜିଟାଲ୍ ଇକୋସିଷ୍ଟମ, କିଷାନ ଡ୍ରୋନ, ଡ଼ିଜିଟାଲ ମୁଦ୍ରା ଭଳି ଅନେକ ପଦକ୍ଷେପ ଅମୃତ କାଳରେ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ । ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଟେକ୍ନୋଲୋଜି ଆଧାରିତ ବିକାଶକୁ ପ୍ରୋତ୍ସାହନ ଦେବା ସହ ଆୟ ଓ ପୁଞ୍ଜିନିବେଶରେ ବୃଦ୍ଧି ଘଟାଇବ, ରୋଜଗାରକୁ ଗତି ଦେବ ଏବଂ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଭିତ୍ତିରେ ନାଗରିକଙ୍କୁ ସଶକ୍ତ ସହ ଜନକଲ୍ୟାଣକୁ ସୁନିଶ୍ଚିତ କରିବ । ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହି ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ୍ । ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀଜୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com