ଅନ୍ୟାନ୍ୟ

ଗିରଫ ହେଲେ ୩ ଜଣ ବାଇକ ଚୋର : ୧୦ ବାଇକ ଓ ୩ ମୋବାଇଲ ଜବତ

ସମ୍ବଲପୁର : ବାଇକ ଚୋରକୁ ଧରିଲେ ବିର୍ଲା ପୋଲିସ । ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ଯେ, ବୁର୍ଲା ପୋଲିସ ୧୦ଟି ବାଇକ ଏବଂ ୩ଟି ମୋବାଇଲ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲାର ବିକାଶ ବସ୍ତିଆ, ପ୍ରିତମ ସାହୁ ଓ ଆଶିଷ ପ୍ରଧାନ । ବାଇକ ସବୁ ସମ୍ବଲପୁର ଜିଲ୍ଲାରୁ ଚୋରି କରି କନ୍ଧମାଳ ଓ ବୌଦ୍ଧ ଜିଲ୍ଳାରେ ବିକ୍ରି କରାଯାଉଥିଲା ।

କତରବଗାର ଗିରିଧାରୀ ନାଗ ଭୀମସାର ଆସିବା ସହ ବାହାରେ ବାଇକ ରଖିଥିଲେ । ଭୀମସାରରୁ ଫେରିବା ପରେ ବାଇକ ନଥିବାରୁ ଚୋରି ହୋଇଥିବା ନେଇ ବୁର୍ଲା ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ସିସିଟିଭି ଓ ଅନ୍ୟ ସର୍ଭିଲାନ୍ସ ଆଧାରରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com