ଓଡ଼ିଶା

ପୂର୍ଣ୍ଣ କର୍ମଚାରୀ କ୍ଷମତାରେ ଚାଲିବ କଲେଜ, ୟୁନିଭର୍ସିଟି: ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ ପୂର୍ଣ୍ଣ କର୍ମଚାରୀ କ୍ଷମତାରେ ଚାଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧୀନ ସବୁ ୟୁନିଭର୍ସିଟି ଓ କଲେଜକୁ ଚିଠି । ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚାଶିକ୍ଷା ସଚିବଙ୍କ ଚିଠି । କୋଭିଡ କଟକଣା ଭିତରେ କର୍ମଚାରୀମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବଭଳି ଶିକ୍ଷାନୁଷ୍ଠାନରେ ଅନଲାଇନ୍ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ମହାମାରୀ ତୃତୀୟ ଲହରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ କଲେଜ ତଥା ବିଶ୍ୱବିଦ୍ୟାଳୟରେ ଅଫଲାଇନ କ୍ଲାସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ଅନଲାଇନ କ୍ଲାସ ନେଇ ଅନୁମତି ରହିଛି । ଗତ ଜାନୁଆର ୧୦ ତାରିଖରୁ ବନ୍ଦ ରହିଛି କଲେଜ ଏବଂ ୟୁନିଭର୍ସିଟି ।

Related Articles

Back to top button
WP Twitter Auto Publish Powered By : XYZScripts.com