ଓଡ଼ିଶା

୭ ଥର ବିକ୍ରି ହେଲା ନବଜାତ ଶିଶୁକନ୍ୟା; ଜାଣନ୍ତୁ ପ୍ରଥମେ କେତେ ଟଙ୍କାରେ ବିକ୍ରି କରିଥିଲା ବାପା ?

ହାଇଦ୍ରାବାଦ() ଦେଶରେ ବେଟି ପଢ଼ାଓ ବେଟି ବଚାଓ ଯୋଜନାର ବହୁଳ ଭାବେ ପ୍ରଚାର ପ୍ରସାର କରାଯାଉଛି। ଏହା ମଧ୍ଯରେ ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୩ ମାସର ଶିଶୁ କନ୍ୟାକୁ ୦୭ ଥର ବିକ୍ରି କରାଯାଇଛି। ସେହି ଶିଶୁ କନ୍ୟାକୁ ପ୍ରଥମେ ତାର ବାପା ବିକ୍ରି କରିଥିଲା। ଏହି ମାମଲରେ ପୋଲିସ ଶିଶୁର ବାପା ସହିତ ୧୧ ଜଣଙ୍କୁ  ଗିରଫ କରିଛି । ଶିଶୁକ ପ୍ରଥମେ ତାର ବାପା ୭୦ ହଜାର ଟଙ୍କାରେ ବିକ୍ରି କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ଶେଷଥର ପାଇଁ ସେହି ଶିୁଶୁକୁ ୨ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ଶିଶୁ କନ୍ୟାର ମାଆ ଓ ଜେଜେମା ପୋଲିସ ପାଖରେ ଏହି ଅଭିଯୋଗ ଦାଖଲ କରିଥିବା ଜଣା ପଡ଼ିଛି।

ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ପୋଲିସ ଷ୍ଟେସନର ଡିଏସପି ରାମବାବୁ ସମାଚାର ଏଜେନ୍ସି ଏଏନଆଇକୁ ସୂଚନା ଦେଇ କହିଛନ୍ତି  ଶିଶୁକନ୍ୟାକୁ ପ୍ରଥମେ ତାର ବାପା ୭୦ ହଜାର ହଜାର ଟଙ୍କାରେ ବିକ୍ରି କରିଥିଲା ।  ଯେତେବେଳେ ଶିଶୁର ମାଆ ଓ ଜେଜେମା  ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ ସେତେବେଳେ ଏହି ମାମଲାର ପର୍ଦ୍ଦାଫାସ ହୋଇଥିଲା । ଯେଉଁ ଅଭିଯୁକ୍ତ ଶିଶୁକୁ କିଣିଥିଲା ସେ ମଧ୍ୟ ମଙ୍ଗଳଗିରି ଥାନା ଅଞ୍ଚଳର ବ୍ୟକ୍ତି ବୋଲି ପୋଲିସ କହିଛି। ଶେଷଥର ପାଇଁ ବିଜୟୱାଡ଼ାରେ ଶିଶୁକୁ ବିକ୍ରି କରାଯାଇଥିଲା । ବର୍ତ୍ତମାନ ସେହି ଶିଶୁକୁ ତାର ମାଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି ।

ମନୋଜ ନାମକ ଜଣେ ଅଭିଯୁକ୍ତର ତିନିମାସ ପୂର୍ବରୁ ଗୋଟିଏ ଝିଅ ହୋଇଥିଲା । ସେ ଶିଶୁକୁ ପ୍ରଥମେ ନାଲଗୋଣ୍ଡା ଜିଲ୍ଲାର ମେଘାୱତ ଗାୟତ୍ରୀ ନାମକ ଜଣେ ବିବାହିତା ମହିଳାଙ୍କୁ ୭୦ ହଜାର ଟଙ୍କାରେ ବିକ୍ରି କରିଥିଲା । ପରେ ମେଘାୱତ ଗାୟତ୍ରୀ ଶିଶୁକୁ  ହାଇଦ୍ରାବାଦର ଭୁ୍କ୍ୟା ବଲବର୍ତ୍ତି ରାଜୁଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ପରେ ସେ ଶିଶୁକୁ ନୁରଯାହାଁ ନାମକ ବ୍ୟକ୍ତିଙ୍କୁ  ୧ଲକ୍ଷ ୮୭ ହଜାର ଟଙ୍କାରେ ବିକ୍ରି କରିଛନ୍ତି ।

ନୁରଯାହାଁ ଶିଶୁକୁ ପୁଣିଥରେ ଖମ୍ମମ ଜିଲ୍ଲାର ଅନୁଭୁବ ଉଦୟଙ୍କ ସହାୟତାରେ ୧ଲକ୍ଷ ୯୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ସେ ବିଜୟ ୱାଡାରେ ପଡ଼ାଲା ଶ୍ରାବଣୀଙ୍କୁ ୨ ଲକ୍ଷ ଟଙ୍କାରେ ଶିଶୁକୁ ବିକ୍ରି କରିଦେଇଥିଲେ । ପରେ ପଡାଲା ଶ୍ରାବଣୀ ବିଜୟୱାଡ଼ାର ବିଜୟଲକ୍ଷ୍ମୀଙ୍କୁ ୨ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଶେଷରେ ବିଜୟଲକ୍ଷ୍ମୀ ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ୨ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com