ଓଡ଼ିଶା

ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର() ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା ସେଭିତରୁ ପ୍ରଥମ ଡୋଜ୍ ପାଇଛନ୍ତି ୯୫% । ଉଭୟ ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଛନ୍ତି ୮୦.୬% । ୧୫ରୁ ୧୭ବର୍ଷ ଟିକାକରଣ ଚାଲିଛି । ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬% ଟିକା ନେଇସାରିଲେଣି ।

ଦ୍ଵିତୀୟ ଡୋଜ୍ ଲାଗି ଡ୍ୟୁ ହେଲେଣି ସେମାନଙ୍କ ଭିତରୁ ୫୫% ଟିକା ନେଇସାରିଲେଣି । ପ୍ରିକସନ ଡୋଜ୍ ୧୦୦% ନେଇ ସାରିଲେଣି । କେନ୍ଦ୍ର ଯାହା କହିଛନ୍ତି ଯେ ସାଢ଼େ ଚାରି ଲକ୍ଷ ବୟସ୍କ ଟିକା ନେଇନାହାଁନ୍ତି ତାହା ପ୍ରୋଜେକ୍ଟେଡ୍ ଫିଗର । ଜନସଂଖ୍ୟା ଉପରେ ଏହା ଆଧାରିତ। ୬୦ବର୍ଷରୁ ଉର୍ଦ୍ଧ୍ବ ଟିକା ନେଇନଥିବା ସେ କହିଛନ୍ତି ।  ଆମ ତଥ୍ୟ ଅନୁଯାୟୀ ବହୁ କମ୍ ଲୋକ ବାକି ଅଛନ୍ତି ଟିକା ନେବା ପାଇଁ ।

Related Articles

Back to top button
WP Twitter Auto Publish Powered By : XYZScripts.com