Breaking NewsFeaturedଓଡ଼ିଶା

ଅପରାଧୀଙ୍କୁ ଧରିବ ହାଇ ପରଫର୍ମିଂ ଡ୍ରୋନ୍

କମିସନରେଟ୍‌ ପୁଲିସର ଅଭିନବ ଉପାୟ

ଭୁବନେଶ୍ଵର: ପୁଲିସ ଏବଂ ଅପରାଧୀଙ୍କ ମଧ୍ୟରେ ସବୁବେଳେ ଲାଗିରହିଛି ଛକାପଞ୍ଝା । ଅପରାଧ ରୋକିବାକୁ ପୁଲିସ ନାନା ପ୍ରକାର ପଦକ୍ଷେପ ଗ୍ରହଣ କରୁଛି । ତଥାପି ପୁଲିସ ଆଖିରେ ଧୂଳିଦେଇ ଅପରାଧୀ ଖସି ଯିବାରେ ସଫଳ ହେଉଛିନ୍ତି ଅପରାଧୀ । ତେବେ ଏଣିକି ଆଉ ସେଭଳି ହେବନାହିଁ । ସାବାଡ଼ ହେବେ ଅପରାଧୀ। କାରଣ ଏଣିକି ପୁଲିସ ସହିତ ଆକାଶ ମାର୍ଗରୁ ଜଗିବ ଡ୍ରୋନ । ପ୍ରଥମକରି ରାଜଧାନୀରେ ଏହି ବ୍ୟବସ୍ଥାକୁ ଗ୍ରହଣ କରିଛି କମିସନରେଟ ପୁଲିସ ।

ଏଥିପାଇଁ ଭୁବନେଶ୍ୱର S.P.G ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ଏହି ଡ୍ରୋନ ୫ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ । ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ସହିତ G.P.S ରହିଛି । ଏହା ସାହାଯ୍ୟରେ ଆହୁରି ସହଜରେ ଅପରାଧ ରୋକାଯାଇ ପାରିବ ବୋଲି ଆଶା କରିଛି କମିଶନରେଟ ପୁଲିସ । ବିଶେଷକରି ରାଜଧାନୀରେ ହେଉଥିବା ବଡ଼ ବଡ଼ ଆନ୍ଦୋଳନ ସମୟରେ ଭିଡ଼ର ସୁଯୋଗ ନେଇ ଅନେକ ଅପରାଧୀ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିଥାନ୍ତି । ତେବେ ବର୍ତ୍ତମାନ ଏହି ଡ୍ରୋନ ପୁଲିସ ବିଭାଗକୁ ଆସିବାପରେ ଏହାଦ୍ୱାରା ଅପରାଧୀଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ଆଶା ବ୍ୟକ୍ତ କରିଛି କମିଶନରେଟ ପୁଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com