Uncategorized

ଓ ମାଇଁ ଗଡ-୨ ଫ୍ୟାମିଲି ସହ ଯାଆନ୍ତୁନି

 

ଆପଣ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି କି । ଆପଣ ବଲିଭଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ କି । ଏବେ ଏବେ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଓ ମାଇଁ ଗଡ-୨ ରିଲିଜ ହୋଇଛି । ଆପଣ ପରିବାର ସହିତ ଏଇ ସିନେମାକୁ ଦେଖିବାକୁ ପ୍ଲାନ କରୁଛନ୍ତି କି । ତେବେ ଯିବା ପୁର୍ବରୁ ଜଣି ନିଅନ୍ତୁ ଏସବୁ କଥା । ଆପଣ ପିଲା ଛୁଆଙ୍କୁ ସାଙ୍ଗରେ ନେଇ ସିନେମା ହଲକୁ ଯାଇଥିବେ । ହେଲେ ଏହି ସିନେମା ଦେଖିବାକୁ ଆପଣଙ୍କୁ ଅନୁମତି ମିଳିବ ନାହିଁ ।

କାରଣ ଆପଣଙ୍କ ସହ ଛୋଟ ପିଲା ଅଛନ୍ତି । ଆଉ ଏହି ସିନେମାଟିକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ଦେଖିପାରିବେ । କାହିଁକିିନା ଏହି ସିନେମାରେ ରହିଛି ଅନେକ ଉଦ୍ଦୀପକ ତଥା ସମ୍ବେଦନଶିଳ ଦୃଶ୍ୟ । ଯାହାକୁ କମ ବୟସର ପିଲାମାନଙ୍କୁ ଦେଖିବା ପାଇଁ ବାରଣ କରାଯାଇଛି । ଏହି ସିନେମାକୁ ଦେଖିବା ପାଇଁ ବୟସ ପ୍ରମାଣ ପତ୍ର ଦେଖେଇବାକୁ ପଡୁଛି ଟିକେଟ କାଉଣ୍ଟରରେ । ସେହିପରି ଏହି ସିନେମାଟି ଧର୍ମ ଏବଂ ଭଗବାନଙ୍କ ଉପରେ ଆଧାରିତ ।

ବଲିଭଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ରିଲିଜ ହେବା ପୁର୍ବରୁ ବିବାଦ ଘେରରେ ରହି ଆସଛି । ସେନସର ବୋର୍ଡ ଏହାକୁ ଦେଖିବା ପରେ ସମୀକ୍ଷା କମିଟି ଏଥିରେ ଥିବା ୨୦ଟି ସିନ ବା ଦୃଶ୍ୟକୁ କାଟିବା ଲାଗି ପରାମର୍ଶ ଦେଇଥିଲେ । ଏହା ସହ ଏହି ଚଳଚ୍ଚିତ୍ରକୁ ଏ ସାର୍ଟିଫିକେଟ ଦିଆଯାଇଛି । ହେଲେ ସେନସର ବୋର୍ଡ ପକ୍ଷରୁ କ୍ଲିନ ଚିଟ ପାଇବା ପରେ ମଧ୍ୟ ଓ ମାଇଁ ଗଡ-୨ସିନେମାକୁ ନେଇ ସମାଲୋଚନା ଜାରି ରହିଛି । ଅଗଷ୍ଟ ୧୧ରେ ଏହି ସିନେମାଟି ରିଲିଜ ହେବାପରେ ବିବାଦ ଆଉ ଟିକେ ବଢି ଯାଇଛି । ଏହି ସିନେମାକୁ ନେଇ କେଉଁଠି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଆଉ କେଉଁଠି ବିରୋଧ ଦେଖିବାକୁ ମିଲିଛି ।

ବର୍ତମାନ ଏହି ସିନେମାର ଏକ ସିନକୁ ବିରୋଧ କରି ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ସାଂଘାତିକ ଘୋଷଣା କରିଛି । ସଂଗଠନ ପକ୍ଷରୁ କୁହାଯାଇଛି ଯଦି କେହି ଅଭିନେତା ଅକ୍ଷୟ କୁମାରଙ୍କୁ ଚାପୁଡା ମାରନ୍ତି ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରଷ୍କାର ଦିଆଯିବ । ସେହିପରି ଯଦି କେହି ଅଭିନେତାଙ୍କ ଉପରକୁ ଛେପ ପକାନ୍ତି ତେବେ ସେହି ବୟକ୍ତିଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ।

ଏହା ସହ ସଂଗଠନ ପକ୍ଷରୁ କୁହାଯାଇଛି ଅକ୍ଷୟ କୁମାର ଏହି ଫିଲ୍ମ ମାଧ୍ୟମରେ ଲୋକଙ୍କ ଭାବନାକୁ କ୍ଷତି ପହଂଚାଇଛନ୍ତି । ଫିଲ୍ମରେ ଅକ୍ଷୟ ଶିବଙ୍କ ଦୂତ ଭୂମିକାରେ ନଜର ଆସିଥିବା ବେଳେ ଏକ ସିନରେ ସେ ଜୋତା ପିନ୍ଧିଛନ୍ତି । ଯାହା ଦ୍ୱାର ଭଗବାନଙ୍କ ଛବି ଖରାପ ହେଉଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ତେବେ ଏଠି କହି ରଖୁଛି ୨୮ ସେପ୍ଟେମ୍ବର ୨୦୧୨ରେ ଏହି ସିନେମାର ପ୍ରଥମ ପାର୍ଟ ରିଲିଜ ହୋଇଥିଲା । ଧର୍ମ ଏବଂ ଭଗବାନଙ୍କ ଉପରରେ ଆଧାରିତ ଏହି ଚଳଚ୍ଚିତ୍ରକୁ ସେତେବେଳେ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ଓ ମାଇ ଗର୍ଡର ପ୍ରଥମ ପାର୍ଟରେ ଅକ୍ଷୟ କୁମାର କୃôଷ୍ଣ ଭୂମିକାରେ ଦମଦାର ଆକ୍ଟିଂ କରିଥିଲେ ।

ଛୋଟ ଠାରୁ ବଡ ସମସ୍ତେ ଏହି ସିନେମାକୁ ଦେଖି ଭରପୁର ମଜା ନେଇଥିଲେ । ହେଲେ ଓ ମାଇଁ ଗଡ ୨ ସିନେମାକୁ ନେଇ ଆରମ୍ଭରୁ ବିବାଦ ଦେଖିବାକୁ ମିଳିଛି । ଦେଖାଯାଉ ଏଇ ବିବାଦ ଆଗକୁ କେଉଂ ମୋଡ ନେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com