Breaking NewsFeaturedରାଜନୀତି

୨୦୨୪ ପାଇଁ ବିଜେପିର ବିଶେଷ ରଣକୌଶଳ । ୧୯ ପଏଣ୍ଟରେ ରହିଛି ଜିତିବାର ପ୍ଲାନ

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଚମକ୍ରାର ବିଜୟ ପରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । କିଛି ମାସ ମଧ୍ୟରେ ହେବାକୁ ଥିବା ୨୪ ଇଲେକସନ ପାଇଁ ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ କରି ତିଆରି କରୁଛି ରଣନୀତି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ପରେ ଏବେ ଆକ୍ସନ ମୋଡକୁ ଆସିଛି ଦଳ । ଲୋକସଭା ନିର୍ବାଚନ ପୂର୍ବରୁ କର୍ମକର୍ତାଙ୍କୁ ଦାୟିତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ଦେଉଛନ୍ତି ଗୁରୁମନ୍ତ୍ର । ଯାହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି କର୍ମକର୍ତାଙ୍କୁ ଉତ୍ସାହିତ କରିବା । ଏନେଇ ଡିସେମ୍ବର ୩୧ପୂର୍ବରୁ ରାଜ୍ୟ ପଦାଧିକାରୀ ସହ ଜିଲ୍ଲା ସ୍ତରୀୟ ମିଟିଂ କରାଯିବ । ଜାନୁଆରୀ ୫ପୂର୍ବରୁ ରାଜ୍ୟ ସ୍ତରରେ ସମସ୍ତ ମୋର୍ଚ୍ଚାର ବୈଠକ ହେବ । ଆଉ ଲକ୍ଷ୍ୟ ହେଲା ବିଜୟ ହାସଲ କରିବା । ତେଣୁ ୨୦୨୪ ନିର୍ବାଚନୀ ପାଇଁ ୧୯ସୂତ୍ରୀ ପ୍ଲାନ କରିଛି ବିଜେପି । ତେବେ ଆସନ୍ତୁ ସେ ପଏଂଟ ଉପରେ ନଜର ପକାଇବା ।

ଲୋକସଭା ଇଲେକସନକୁ ଦୃଷ୍ଟିରେ ରଖି ୨୬ ଡିସେମ୍ବର ଅର୍ଥାତ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସେ ଆଲୋଚନା କରିଛନ୍ତି । ଏହା ବାଦ ଆଇଟି ସେଲ ଏବଂ ଯୁବକ ତଥା ଅନ୍ୟ ମୋର୍ଚ୍ଚାର ନେତାଙ୍କ ସହ ମଧ୍ୟ ସାକ୍ଷାତ କରିବେ ଏହି ୨ ବରିଷ୍ଠ ନେତା । ସେହିପରି ଜାନୁଆରୀ ୨୪ରେ ୫ହଜାର ସ୍ଥାନରେ ନୂତନ ଭୋଟରଙ୍କ ସହ ଯୁବ ମୋର୍ଚ୍ଚା ସଭା କରାଯିବ । ଅତିକମରେ ୭ଲକ୍ଷ ଗାଁରୁ ଜଣେ ନୂତନ କର୍ମୀ ଯୋଗ ଦେବା ଏହାର ଉଦେ୍ଦଶ୍ୟ ହେବ ।

ଏହାସହ ବିଜେପିର ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଦଳ । ସେହିପରି ଜାନୁଆରୀ-ଫେବୃଆରୀରେ ପାର୍ଟିର ଅଧିକରୁ ଅଧିକ ଲୋକଙ୍କ ସହ ଜନସଂପର୍କ ସ୍ଥାପନ ପାଇଁ ଗାଓଁ ଚାଲୋ ଅଭିଯାନ ଆରମ୍ଭ ହେବ । ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଅନୁଯାୟୀ, ଜାନୁଆରୀ ୩୦ପୂର୍ବରୁ ବିଜେପି ଲୋକସଭା ନିର୍ବାଚନ କାର୍ଯ୍ୟାଳୟ ପ୍ରତିଷ୍ଠା କରିବ । ପ୍ରତ୍ୟକ ରାଜ୍ୟର ୫୦ଟି ସ୍ଥାନରେ ଯୁବକ, ମହିଳା, ଏସସି ଏସଟି ସମ୍ମିଳନୀ ଆୟୋଜିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com