ଓଡ଼ିଶା

ଗୋଟିଏ ଦୋକାନରୁ ନିଆଁ ବ୍ୟାପି ୬ ଦୋକାନ ଭସ୍ମୀଭୂତ

ଭଦ୍ରକ: ଆଞ୍ଚ ନିଆଁରୁ ଅଗ୍ନିକାଣ୍ଡ । ଗୋଟିଏ ଦୋକାନରୁ ନିଆଁ ବ୍ୟାପି ୬ ଦୋକାନ ଭସ୍ମୀଭୂତ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ସାତଭଉଣୀ ଛକ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଆଞ୍ଚରୁ ନିଆଁ ଝୁଲ ଉଡି ମିଠା ଦୋକାନରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ନିକଟ ଦୋକାନକୁ ବ୍ୟାପି ଥିଲା ।ଅଗ୍ନିକାଣ୍ଡରେ ମିଠା ଦୋକାନ ସହ ଗ୍ୟାରେଜ, ପାନ ଦୋକାନ, ସାର ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକ ଜଳିଯାଇଛି । ଦୋକାନ ଗୁଡିକରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com