ଓଡ଼ିଶା

ଗଞ୍ଜାମ ଜିଲ୍ଲା ପଞ୍ଚାୟତ ନିର୍ବାଚନ; ବିଜେଡିର ବାଜିମାତ୍, ବିଜେପି ରଖିଲା ସମ୍ମାନ, କଂଗ୍ରେସ ଧରାଶାୟୀ

ବ୍ରହ୍ମପୁର : ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ଗଞ୍ଜାମ ଜିଲ୍ଲାରେ ବିଜେଡି ଆଶାତୀତ ସଫଳତା ପାଇଥିବା ବେଳେ ବିଜେପି ପଛରେ ପଡିଛି।ଏଠାରେ କଂଗ୍ରେସକ ଧରାଶାୟୀ ହୋଇଯାଇଛି। ଏଭଳି ସ୍ଥଳେ ଫଳାଫଳକୁ ନେଇ ଉଭୟ ବିଜେଡି, ବିଜେପି ସଫଳତା ବିଫଳତାର କାରଣ ଖୋଜୁଛନ୍ତି ।
ପଞ୍ଚାୟତ ନିର୍ବାଚନରେ ଗଞାମ ଜିଲ୍ଲା ବି ଜେ ଡି କୁ ମିଳିଛି ବଡ ସଫଳତା । ୬୯ ଆସନରୁ ୬୭ ଆସନରେ ବି ଜେ ଡି ବିଜୟୀ ହୋଇଥିବା ବେଳେ ୨ ଟି ଆସନ ବିଜେପି ଖାତାକୁ ଯାଇଛି । ବିଜେଡି ଜିଲ୍ଲା ପରିଷଦ ଗଠନ କରିବାରେ ପୁଣି ସକ୍ଷମ ହୋଇଛି । ୨୦୦୭ ରେ ବିଜେଡି ୪୫ ଜିଲ୍ଲା ପରିଷଦ ଆସନ ପାଇଥିବା ବେଳେ ୨୦୧୨ ରେ ୬୦, ୨୦୧୭ ରେ ୬୪ ଏବଂ ୨୦୨୨ ଚଳିତ ନିର୍ବାଚନରେ ୬୭ ଆସନ ପାଇ ବିଜେଡି ଅଧିକ ମଜବୁତ୍ ହୋଇଛି। ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ୨୦୨୨ ନିର୍ବାଚନରେ ବିଜେଡି କୁ ବଡ ସଫଳତା ମିଳିଛି । ତଥାପି ବିଜେଡି କୁ ବିରୋଧୀ ଭୟ ଘାରିଛି। ୫ ଟି ନିର୍ବାଚନ ମଣ୍ଡଳୀରେ ବିଜେଡି -ବି ଜେ ପି ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଛି।
ଚିକିଟି, ଗୋପାଳପୁର, ପୋଲସରା, ଭଞ୍ଜନଗର ଏବଂ ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ବିଜେପି ସହ ଜୋରରେ ଜୁଝିବାକୁ ପଡିଥିବା ଚିତ୍ର ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ବିଜେଡି ୯,୩୩,୮୭୪ ଭୋଟ୍ ପାଇଥିବା ବେଳେ ବିଜେପି ୪,୪୫,୪୭୧, କଂଗ୍ରେସ ୧,୧୭,୭୭୦ ଭୋଟ୍ ପାଇବାକୁ ସକ୍ଷମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତି ଏବଂ ଲୋକଙ୍କ ଭଲ ପାଇବା ହିଁ ବିଜେଡିକୁ ବଡ ସଫଳତା ଦେଇଛି ବୋଲି ବିଜେଡି କହିଛି । ସେପଟେ ସରକାରୀ କଳର ଅପବ୍ଯବହାର ଏବଂ ଅଧିକ ଭୋଟ୍କୁ ନାକଚ କରିବା ବିଜେପି ପାଇଁ ବୁମେରାଂ ସାବ୍ଯସ୍ତ ହୋଇଥିବା ବିଜେପି କହିଛି। ତଥାପି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ସହ ବିଜେପିର କଡ଼ା ଟକ୍କର ହୋଇ ଅଳ୍ପ ଭୋଟ୍ ବ୍ଯବଧାନରେ ବିଜେପି ପ୍ରାର୍ଥୀ ପରାଜୟ ବରଣ କରିଥିବା ବିଜେପି କହିଛି।
ସୋରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ୪୮ ନମ୍ବର ଜୋନ୍ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁରର ୩୪ ନମ୍ବର ଜୋନରେ ବିଜେପି ବିଜୟୀ ହୋଇଛି। ପୂର୍ବରୁ ଏହି ସବୁ ଆସନରେ ବିଜେଡି ଅକ୍ତିଆର କରିଥିଲା। ସେପଟେ ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକକୁ ବିଜେପି ସମର୍ଥିତ ବ୍ଲକ୍ ଅଧ୍ଯକ୍ଷ ଗଠନ କରିବା ପାଇଁ ପୁରା ପ୍ରସ୍ତୁତ ହେବା ବିଜେଡି ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି। ଛତ୍ରପୁର ନିକଟରେ ମଣ୍ଡଳୀ ଗଞ୍ଜାମ ବ୍ଲକ ଅଧ୍ଯକ୍ଷ ଗଠନ ପାଇଁ ମଧ୍ୟ ବିଜେପି ସମର୍ଥୀତ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଲୋକଙ୍କ ଭଲପାଇବା ଏବଂ ପରିବର୍ତ୍ତନଶୀଳ ସ୍ଥିତି ହିଁ ପାତ୍ରପୁର ବ୍ଳକରେ ବିଜେପିକୁ ସଫଳତା ଦେଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ମନୋରଞ୍ଜନ ଦ୍ଯାନ ସାମନ୍ତରା ।

Related Articles

Back to top button
WP Twitter Auto Publish Powered By : XYZScripts.com