ଜାତୀୟ

ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କଲା ହିଡମା, ମୁଣ୍ଡରେ ଥିଲା ୨୫ ଲକ୍ଷର ପୁରସ୍କାର

() ଟପ୍ ମାଓନେତା ମାଡବି ହିଡମା ଆତ୍ମସମର୍ପଣ କରିଛି । ତେଲେଙ୍ଗାନାର ମୁଲୁଗ ପୋଲିସ ଷ୍ଟେସନରେ ହିଡମା ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେ ଛତିଶଗଡ ବିଜାପୁରରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା । ଯେଉଁଥିରେ ୨୨ ଯବାନ ସହିଦ ହୋଇଥିଲେ ।

ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ତଣ୍ଡାମାର୍କା ଗାଁର ହିଡ଼ମା ୯ ବର୍ଷ ପୂର୍ବରୁ ମାଓ ସଙ୍ଗଠନରେ ସାମିଲ୍ ହୋଇଥିଲା ।

ପ୍ରଥମେ ଜନ ନାଟ୍ୟ ମଣ୍ଡଳୀରେ ଜଣେ ସକ୍ରିୟ ସଦସ୍ୟ ଥିଲା ହିଡ଼ମା । ପରେ ସେ ମିଲିସିଆ ମେମ୍ବର ଭାବେ କାର୍ଯ୍ୟ କରି ମାଓଗଡ଼କୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲା । ସେ ଅନେକ ଆକ୍ରମଣ ଓ ବିସ୍ଫୋରଣରେ ମାଷ୍ଟରମାଇଣ୍ଡ ଥିବା କୁହାଯାଉଛି । ସେ କେବଳ ସୁରକ୍ଷାକର୍ମୀ ନୁହେଁ ବରଂ ରାଜନେତାଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲା ।

କୁହାଯାଉଛି ଯେ, ହିଡମା ଯେତିକି ଆକ୍ରମଣ କରିଛି ସେଥିରେ ୭୦ ଜଣ ଯବାନ ସହିଦ ହୋଇଛନ୍ତି । ତା ଉପରେ ଛତିଶଗଡ ପୋଲିସ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରିଥିଲା ।

ହେଲେ ମାଓ ସଙ୍ଗଠନରେ କୌଣସି ନୀତି ଓ ଆଦର୍ଶ ନଥିବାରୁ ସେ ମାଓ ସଙ୍ଗଠନ ଛାଡ଼ିଥିବା ତେଲଙ୍ଗାନା ପୋଲିସକୁ କହିଛି । ଆତ୍ମସମର୍ପଣ ପରେ ସରକାରଙ୍କ ପକ୍ଷରୁ ସମସ୍ତ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ତେଲଙ୍ଗାନା ପୋଲିସ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com