ଓଡ଼ିଶା

ରାଜଧାନୀରେ ପୁଣି ଲୁଟ୍: ମାରଣାସ୍ତ୍ର ଦେଖାଇ ମାଛ ବେପାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟିଲେ ଲୁଟେରା

ଭୁବନେଶ୍ବର() ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ କମିବାର ନାଆଁ ନେଉନାହିଁ। ଆଜି ଭୋର ସମୟରେ ଜଣେ ମାଛ ବେପାରୀଙ୍କୁ ଲୁଟିଛନ୍ତି ଲୁଟେରା।

ମିଳିଥିବା ସୂଚନା ଅନୁଯାୟୀ, ବାଳକାଟି ଅଞ୍ଚଳର ଜଣେ ମାଛ ବ୍ୟବସାୟୀ ଆଜି ଭୋର ସମୟରେ ଘରୁ ୫୦ ହଜାର ଟଙ୍କା ନେଇ ନିଜର ଆକ୍ଟିଭାରେ ବାହାରିଥିଲେ। ସେ କଳ୍ପନା ଛକ ନିକଟରେ ପହଞ୍ଚିବା ମାତ୍ରେ ୩ ଜଣ ଲୁଟେରା ଏକ ବାଇକରେ ଆସି ମାଛ ବେପାରୀଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ପାଖରେ ଥିବା ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଖାଲି ସେତିକି ନୁହେଁ ଆକ୍ଟିଭାକୁ ବି ସେମାନେ ଛଡ଼ାଇ ନେଇଥିଲେ।

ଏହା ଅବଶ୍ୟ ଭିନ୍ନ କଥା ଯେ ଲୁଟ୍ ହେବାର କିଛି ସମୟ ପରେ ଆକ୍ଟିଭା ଗାଡ଼ିଟିକୁ ଶିଶୁଭବନ ଛକ ନିକଟରେ ଠାବ କରାଯାଇଥିଲା। ଏନେଇ ମାଛ ବ୍ୟବସାୟୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ପୁଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଏହି ଘଟଣା ପରେ ରାଜଧାନୀ ବାହାରୁ ଆସୁଥିବା ବ୍ୟବସାୟୀଙ୍କ ମନରେ ଛନକା ପଶିଛି।

Related Articles

Back to top button