ଓଡ଼ିଶା

ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ ।

ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ । ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ଉଡାଜାହାଜ ।ସୂଚନାଯୋଗ୍ୟ, ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ ।

ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର କରିବେ ଲୋକାର୍ପଣ । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com