ଓଡ଼ିଶା

ବାରବାଟି ଷ୍ଟାଡିୟମରେ ଭାରତକୁ ଭେଟିବେ ଦକ୍ଷିଣ ଆଫ୍ରିକା , ଜୁନ ମାସରେ ଖେଳ ହେବ ଆନ୍ତର୍ଜାତୀୟ ମ୍ୟାଚ୍

କଟକ() ଓଡିଶାରେ ହେବ ଅନ୍ତର୍ଜାତୀୟ ଟି୨୦ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ! ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ ଆଲୋଚନା କରିଥିବା କହିଛନ୍ତି ।

ଓସିଏ ସମ୍ପାଦକ କହିଛନ୍ତି ଯେ, କରୋନା ପାଇଁ ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ହୋଇଥାନ୍ତା । କିନ୍ତୁ ବାୟୋ ବବଲ ପାଇଁ ଏହାକୁ ଦୁଇଟି ସ୍ଥାନରେ ଖେଳାଯିବ । ତେବେ ଜୁନ ମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ । ଉଭୟ ଟିମ୍ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବ ।  ସିରିଜର ଗୋଟିଏ ମ୍ୟାଚ୍ ବାରବାଟୀରେ ଖେଳା ଯାଇପାରେ । ଏନେଇ ସେ ବିସିସିଆଇ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com