ଓଡ଼ିଶା

ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

ଭୁବନେଶ୍ୱର() ପରଦାକୁ ଆସିବ ମନ ମୋର କାଗଜ ଗୁଡି ।  ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଗତ ଡିସେମ୍ବରରେ ସିନେମା ଅଡିଓ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଁଟି ଚାଲିଥିଲା ବେଳେ ଏବେ ରିଲିଜ୍‌କୁ ଅପେକ୍ଷା।

ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ ବିବେକାନନ୍ଦ ବାରିକ , ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପାତ୍ର ଓ ଅଭିନେତା ରାକେଶ , ବିକାଶ ଚନ୍ଦ୍ର  ପଟ୍ଟନାୟକ , ଅଭିନେତ୍ରୀ ମମତା ଦାସ , ଐଶ୍ୱର୍ଯ୍ୟା ,ସହଯୋଗୀ ନିର୍ଦ୍ଦେଶକ ସ୍ୱାଗତ ପାତ୍ର , ସହ ନିର୍ଦ୍ଦେଶକ ଜୁନିଅର ସିଦ୍ଧାନ୍ତ ଉପସ୍ଥିତ ରହିଥିଲେ। ଫିଲ୍ମଟି କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ  ଓଡିଶା ବାହାରେ ମଧ୍ୟ ରିଲିଜ କରାଯିବ । ଖାସ୍‌ କରି କୋଲକାତା,ଦିଲ୍ଲୀ , କୋଲକାତା , ବାଙ୍ଗାଲୋର,ସୁରଟରେ ରିଲିଜ୍‌ କରାଯିବ । ଚଳଚିତ୍ରଟି ମୁକ୍ତିଲାଭ କରି ଲୋକଙ୍କ ମନରେ ଖାସ୍‌ ଜାଗାଟିଏର ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥାର ପ୍ରଚାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com