ଜାତୀୟରାଜନୀତି

ୟୁପି ନିର୍ବାଚନ ଲଢ଼ିବେ ବିରାପାନ୍ନାଙ୍କ ପୁଅ ବୀର ସିଂ, ଟିକେଟ୍ ଦେଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ବିରାପାନ୍ନାଙ୍କ ପୁଅ ବୀର ସିଂ ପଟେଲଙ୍କୁ ମାନିକପୁର ବିଧାନସଭା କ୍ଷେତ୍ରରୁ ସମାଜାବଦୀ ପାର୍ଟି ପ୍ରାର୍ଥୀ କରିଥିବା ବେଳେ ଭଣଜା ରାମସିଂ ପଟେଲଙ୍କୁ ପ୍ରତାପଗଡ ବିଧାନସଭା ଆସନରୁ ଲଢ଼ିବା ସୁଯୋଗ ଦେଇଛି ।ବୀରସିଂ ପଟେଲ ଓ ରାମସିଂ ପଟେଲ ୨୦୧୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । ମାତ୍ର ୨୦୧୭ ନିର୍ବାଚନରେ ଉଭୟ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ଏହି ଦୁଇଟି କ୍ଷେତ୍ରରେ ଫେବୃଆରୀ ୨୭ ତାରିଖରେ ଭୋଟ ଗ୍ରହଣ ହେବ । ବୀରସିଂ ପଟେଲ ତାଙ୍କ ପିତା ବୀରାପାନଙ୍କ ମୃତ୍ୟୁ ପରେ କ୍ଷମତା ରାଜନୀତିରେ ପାଦ ଦେଇଥିଲେ । ପ୍ରଥମେ ସେ ଚିତ୍ରକୂଟ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।ଏକଦା ସାରା ଦେଶକୁ ଦୋହଲାଇ ଦେଇଥିବା ଜଙ୍ଗଲ ଦସ୍ୟୁ ବୀରାପାନଙ୍କ କଥା ପୁଣି ଏବେ ୟୁପି ନିର୍ବାଚନ ବେଳେ ଚର୍ଚ୍ଚାକୁ ଆସିଛି ।

ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରି ଜଙ୍ଗଲରୁ ଚନ୍ଦନ କାଠ ଚୋରୀ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ବୀରାପାନକୁ ପୋଲିସ ଏନକାଉଣ୍ଟର କରିବା ପରେ ମୃ୍‌ତ୍ୟୁ ହୋଇ ଯାଇଥିଲା । । ଏହାକୁ ୧୪ ବର୍ଷ ବିତିଯାଇଥିଲେ ହେଁ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଏବେ ବି ବୀରାପାନ ଓ ତାଙ୍କ ପରିବାର ପ୍ରତି ଲୋଙ୍କର ଭଲପାଇବା ରହିଛି । ବୀରାପାନ ବଞ୍ଚିଥିବା ସମୟରେ ବୁନ୍ଦେଲଖଣ୍ଡ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ସାଂସଦ ନିର୍ବାଚନ ପର୍ଯ୍ୟନ୍ତ ସବୁ ତାଙ୍କ ଇସାରାରେ ହେଉଥିଲା । ବୀରାପାନଙ୍କ ମରିବାର ୧୪ ବର୍ଷ ପରେ ବି ଚିତ୍ରକୁଟ ଓ ବ୍ରାନ୍ଦ୍ରା ଅଞ୍ଚଳରେ ରହୁଥିବା କୁରମୀ ସଂପ୍ରଦାୟର ଲୋକେ ତାଙ୍କୁ ଠାକୁର ଭଳି ପୂଜା କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com