ଜାତୀୟ

ମୁସଲମାନମାନଙ୍କୁ କ୍ଷମା ମାଗନ୍ତୁ ଭାରତ ସରକାର : ସାଇବର ଆକ୍ରମଣକାରୀ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ବିଜେପିର ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ତାଙ୍କ ଟିପ୍ପଣୀ ପାଇଁ ଏବେ ବିଭିନ୍ନ ରାଜ୍ୟରେ ହିଂସା ଆରମ୍ଭ ହୋଇଥିବା ବେଳେ ହ୍ୟାକରଙ୍କ ଟାର୍ଗେଟକୁ ଆସିଛନ୍ତି ଭାରତ ସରକାର। ଭାରତ ସରକାର ମୁସଲମାନମାନଙ୍କୁ କ୍ଷମା ମାଗନ୍ତୁ ବୋଲି ହ୍ୟାକରମାନେ ଦାବି କରିଛନ୍ତି।ପୂର୍ବରୁ ମାଲେସିଆସ୍ଥିତ ହ୍ୟାକଟିଭିଷ୍ଟ ଗୋଷ୍ଠୀ ଡ୍ରାଗନ୍ ଫୋର୍ସ ଭାରତ ସରକାରଙ୍କ ବିରୋଧରେ ଅନେକ ସାଇବର ଆକ୍ରମଣ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ମହାରାଷ୍ଟ୍ରର ଥାଣେ ପୁଲିସର ୱେବସାଇଟ୍ ହ୍ୟାକ୍ ହୋଇଛି। ଏହା ବ୍ୟତୀତ ନାଗପୁରର ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସମେତ ଅନେକ ସରକାରୀ ଅନୁଷ୍ଠାନ ଏବଂ ମୋଟ ୭୦ରୁ ଅଧିକ ୱେବସାଇଟ୍ ହ୍ୟାକ୍ ହୋଇଛି। ପ୍ରଫେଟ ମହମ୍ମଦଙ୍କ ପ୍ରସଙ୍ଗକୁ ନେଇ ହ୍ୟାକରମାନେ ୱେବସାଇଟ୍ ହ୍ୟାକ୍ କରୁଥିବା କଥା କହିବା ସହ ଭାରତ ସରକାର ମୁସଲମାନମାନଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି।ମଙ୍ଗଳବାର ମହାରାଷ୍ଟ୍ରର ଥାଣେ ପୁଲିସର ୱେବସାଇଟ୍ ହ୍ୟାକ୍ ହୋଇଥିଲା। ହେଲେ ସାଇବର ଦଳର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପରେ ତଥ୍ୟ ପୁନରୁଦ୍ଧାର ସହ ୱେବସାଇଟ୍ ପୁନଃ ସ୍ଥାପିତ ହୋଇଥିଲା। ୱେବସାଇଟ୍ ଖୋଲିବା ପରେ ପରଦାରେ ଏକ ମେସେଜ୍ ଦେଖାଯାଉଥିଲା । ସେଥିରେ ଲେଖାଥିଲା “ୱାନ ହ୍ୟାଟ୍ ସାଇବର ଟିମ୍” ଦ୍ୱାରା ହ୍ୟାକ୍ କରାଯାଇଛି। ଏହା ସହ ଲେଖାଥିଲା ଯେ, “ନମସ୍କାର ଭାରତ ସରକାର, ସମସ୍ତଙ୍କୁ ନମସ୍କାର । ଆପଣ ବାରମ୍ବାର ଇସଲାମ ଧର୍ମରେ ବାଧା ଆଣୁଛନ୍ତି, ଆପଣ ସହନଶୀଳତା ଦେଖାଉ ନାହାନ୍ତି? ଯେପର୍ଯ୍ୟନ୍ତ ଆପଣ ବିଶ୍ବର ମୁସଲମାନମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା ନକରିଛନ୍ତି ସେପର୍ଯ୍ୟନ୍ତ ଆମେ ଚୁପ ରହିବୁ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com